କନକ ବ୍ୟୁରୋ : କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜୱାହିରି ନିହତ । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜୱାହିରିକୁ ନିହତ କରିଥିବା ଦାବି କରିଛି । ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜୱାହିରି ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା ।

Advertisment

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜୱାହିରି ଥିଲା ମାଷ୍ଟର ମାଇଣ୍ଡ । ଏହି ଆତଙ୍କୀ ଆକ୍ରମଣରେ ପାଖାପାଖି ୩ହଜାର ଲୋକ ପ୍ରାଣ ହରାଇଥିଲେ । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଜୱାହିରି କାବୁଲର ଏକ ସୁରକ୍ଷିତ ଘରେ ଶରଣ ନେଇଥିଲା । ତେବେ ଆମେରିକା କୌଣସି ସୂତ୍ରରୁ ଖବର ପାଇ ଜୁଲାଇ ୩୧ ତାରିଖ ରାତି ପାଖାପାଖି ୧୦ଟା ବେଳେ ଆକାଶମାର୍ଗରୁ ଡ୍ରୋନ୍ ଦ୍ୱାରା ମିସାଇଲ୍ ଆକ୍ରମଣ କରିଥିଲା । ଷ୍ଟ୍ରାଇକ୍ ବେଳେ କାବୁଲରେ କୌଣସି ଆମେରିକୀୟ କର୍ମୀ ଆଖପାଖରେ ନଥିଲେ । ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛି ତାଲିବାନ ।

ଅଲ୍-ଜୱାହିରି କିଏ ?

- କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ
- ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦା ମୁଖ୍ୟ
- ୨୦୧୧ ମସହାରୁ ଅଲ-କାଏଦାର ମୁଖ୍ୟ ଥିଲା
- ଓସାମା ବିନ୍ ଲାଡେନର ଡାହାଣ ହାତ ବୋଲି କୁହାଯାଉଥିଲା
- ଲାଡେନର ବ୍ୟକ୍ତିଗତ ଡାକ୍ତର ମଧ୍ୟ ଥିଲା ଜୱାହିରି
- ୯/୧୧ ୱାଲର୍ଡ ଟ୍ରେଡ୍ ସେଂଟର ଆକ୍ରମଣର ମାଷ୍ଟର ମାଇଣ୍ଡ
- ୨୫ ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷଣା ହୋଇଥିଲା
- ୧୯୯୮ରେ କେନିଆ ଓ ତାଂଜାନିଆ ଦୂତାବାସ ଆକ୍ରମଣରେ ସାମିଲ
- ଏହି ଆକ୍ରମଣରେ ୨୨୪ ଜଣଙ୍କ ଜୀବନ ଯାଇଥିଲା

କେମିତି ଜୱାହିରିକୁ କରାଗଲା ହତ୍ୟା ?

- ଜୱାହିରି ବିରୋଧରେ ୬ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଅପରେସନ୍
- ୨ ମାସ ତଳେ ଜୱାହିରିକୁ ଖୋଜିବା ଅଭିଯାନ ଜୋରଦାର ହୋଇଥିଲା
- ଜୁଲାଇ ୧ ତାରିଖରେ ବାଇଡେନଙ୍କୁ ଅପରେସନର ପୂରା ପ୍ଲାନ୍ ଦିଆଯାଇଥିଲା
- ଜୁଲାଇ ୩୦ରେ ଜୱାହିରିକୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାଇଡେନ୍
- ବାଇଡେନଙ୍କ ନିର୍ଦ୍ଦେଶ ମିଳିବା ପରେ ଜୱାହିରିକୁ ଏନକାଉଣ୍ଟର କରାଯାଇଛି
- ତାଲିବାନର ହକ୍କାନୀ ନେଟୱର୍କକୁ ଜୱାହିରିର ଲୋକେସନ୍ ଜଣାଥିଲା
- ତାଲିବାନୀ ନେତା ସିରାଜୁଦ୍ଦିନ୍ ହକ୍କାନୀଙ୍କ ଘରେ ରହୁଥିଲା ଜୱାହିରି
- ଜୱାହିରି ରହୁଥିବା ଘର ଛାତ ଉପରେ ସଶସ୍ତ୍ର ତାଲିବାନୀ ଜଗି ରହୁଥିଲେ
- ଆମେରିକାର ଅପରେସନ୍ ସମୟରେ ଜୱାହିରି ବାଲକୋନୀରେ ଛିଡା ହୋଇଥିଲା
- ଡ୍ରୋନ୍ ସାହାଯ୍ୟରେ ୨ଟି ହେଲଫାୟାର ମିସାଇଲ୍ ମାଡ ହୋଇଥିଲା

ହେଲଫାୟାର ମିସାଇଲ୍ କ’ଣ ?

- ଏହା ଆମେରିକା ନିର୍ମିତ ଏକ ମିସାଇଲ୍
- ଏହା ୱାରହେଡ୍-ଲେସ୍ ମିସାଇଲ୍ ଅଟେ
- ଛୋଟରୁ ଅତି ଛୋଟ ଟାର୍ଗେଟ୍ ଉପରେ ମଧ୍ୟ ଠିକ୍ ଆକ୍ରମଣ କରିପାରେ
- ଲକ୍ଷ୍ୟକୁ ସଠିକ ଭାବେ ଭେଦିବା ଏହି ମିସାଇଲର ବିଶେଷତ୍ୱ
- ଅନ୍ୟ ମିସାଇଲ୍ ଭଳି ଏହା ବିସ୍ଫୋରଣ କରିନଥାଏ
- ଏହା ଭିତରୁ ଛୁରୀ ଭଳି ଧାରୁଆ ଅସ୍ତ୍ର ବାହାରିଥାଏ
- ଯାହା ଟାର୍ଗେଟକୁ ସଠିକ ଭାବେ ଭେଦ କରିଥାଏ
- ଟାର୍ଗେଟକୁ ଛାଡିଦେଲେ ଆଖପାଖ ଲୋକଙ୍କୁ ଏହା କ୍ଷତି ପହଂଚାଇନଥାଏ

କେମିତି ହେଲା ଆତଙ୍କବାଦୀ ?

- ୧୯୫୧ ଜୁନ୍ ୧୯ରେ ଇଜିପ୍ଟ ରାଜଧାନୀ କାଏରୋରେ ଜୱାହିରିର ଜନ୍ମ
- ଆତଙ୍କବାଦୀ ହେବା ପୂର୍ବରୁ ଆଖି ଡାକ୍ତର ଥିଲା
- ୧୫ ବର୍ଷ ବୟସରେ ପ୍ରଥମ ଥର ଗିରଫ ହୋଇଥିଲା
- ‘ମୁସଲିମ୍ ବ୍ରଦରହୁଡ’ ସହ ସଂପର୍କ ନେଇ ଗିରଫ କରାଯାଇଥିଲା
- ଇଜିପ୍ଟ ରାଷ୍ଟ୍ରପତି ସଦାତଙ୍କ ହତ୍ୟାକାଣ୍ଡରେ ମଧ୍ୟ ଗିରଫ ହୋଇଥିଲା
- ଜେଲରୁ ମୁକୁଳିବା ପରେ ୧୯୮୫ରେ ସାଉଦୀ ଆରବ ପଳାଇ ଯାଇଥିଲା
- ସାଉଦୀ ଆରବରେ ଲାଡେନ୍ ସହ ଜୱାହିରିର ଦେଖା ହୋଇଥିଲା
- ସାଉଦୀ ଆରବରୁ ପାକିସ୍ତାନ ଓ ଆଫଗାନିସ୍ତାନରେ ପହଞ୍ଚିଥିଲା
- ଆଫଗାନିସ୍ତାନରେ ପହଞ୍ଚିବା ପରେ ଆତଙ୍କବାଦୀଙ୍କ ଗତିବିଧି ସହ ଜଡିତ ହେଲା
- ‘ଇଜିପ୍ଟିଆନ୍ ଇସ୍ଲାମିକ୍ ଜିହାଦ’ ପ୍ରତିଷ୍ଠା କରିଥିଲା ଜୱାହିରି