ବଦଳିଲା ମୋଦୀଙ୍କ ସୋସିଆଲ ମିଡ଼ିଆ ପ୍ରୋଫାଇଲ ଫଟୋ । ଦେଶବାସୀଙ୍କୁ ପ୍ରୋଫାଇଲ ଫଟୋ ବଦଳାଇବାକୁ କଲେ ଅପିଲ୍ ।

414

କନକ ବ୍ୟୁରୋ : ବଦଳିଲା ମୋଦୀଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋ । ଉଭୟ ଟ୍ୱିଟର ଓ ଫେସବୁକ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ପତାକା ରଖିଛନ୍ତି ମୋଦୀ । କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ବିଜେପିର ଅନେକ ନେତୃବୃନ୍ଦ ମଧ୍ୟ ନିଜର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି । ୨ ଅଗଷ୍ଟରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ଡିପିରେ ତ୍ରିରଙ୍ଗା ଫଟୋ ଲଗାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ମନ କି ବାତ୍ କାର୍ଯ୍ୟକ୍ରମରେ ଏନେଇ ଦେଶବାସୀଙ୍କୁ ଅପିଲ କରିଥିଲେ ମୋଦୀ । ସେହିଭଳି ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଆୟୋଜନ ହେବ । ଯେଉଁ ଅଭିଯାନରେ ସମସ୍ତଙ୍କୁ ସାମିଲ ହେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନିଜର ଡିପି ବଦଳାଇବା ସହ ଟ୍ୱିଟରରେ ଲେଖିଛନ୍ତି, ୨ ଅଗଷ୍ଟ ଆମ ପାଇଁ ସ୍ୱତନ୍ତ୍ର ଦିନ, ଯେତେବେଳେ ଆମେ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଛୁ । ଦେଶର ପ୍ରତିଟି ଘର ଏବେ ହର ଘର ତ୍ରିରଙ୍ଗା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ମୁଁ ମୋର ପ୍ରୋଫାଇଲ ଫଟୋ ବଦଳାଇଛି । ଅନ୍ୟମାନେ ମଧ୍ୟ ନିଜର ପ୍ରୋଫାଇଲ ବଦଳାନ୍ତୁ ବୋଲି ମୋଦୀ ଅପିଲ୍ କରିଛନ୍ତି ।

ଏହାଛଡା ମୋଦୀ ତ୍ରିରଙ୍ଗାର ନିର୍ମାତା ପିଙ୍ଗଲି ଭେଙ୍କୟାଙ୍କୁ ମଧ୍ୟ ଜନ୍ମବାର୍ଷିକୀରେ ମନେ ପକାଇଛନ୍ତି । ଦେଶକୁ ତ୍ରିରଙ୍ଗା ଭେଟି ଦେଇଥିବାରୁ ଭେଙ୍କୟାଙ୍କ ନିକଟରେ ଦେଶବାସୀ ସବୁବେଳେ ଋଣୀ ରହିବେ । ତ୍ରିରଙ୍ଗା ଏବେ ଦେଶବାସୀଙ୍କ ପାଇଁ ପ୍ରେରଣା ଓ ଶକ୍ତିର ଉତ୍ସ ପାଲଟିଛି । ଯାହା ପାଇଁ ପ୍ରତ୍ୟେକ ଦେଶବାସୀ ଗର୍ବିତ ।