ଏପ୍ରିଲ ୨୨ ତାରିଖରୁ ଜୀ-ସାର୍ଥକର ‘ରଜ କୁଇନ-ଉଡିଯା… ଆକାଶଟା ତୋର’, ଶନିବାର ଓ ରବିବାର ରାତି ୯.୩୦ ରେ ହେବ ପ୍ରସାରଣ

233

କନକ ବ୍ୟୁରୋ :  ବହୁ ପ୍ରତିକ୍ଷିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍‌ ‘ ଏପ୍ରିଲ୍ ୨୨ ରୁ ପ୍ରତେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହେବ ରାଜ୍ୟର ଏକ ନମ୍ବର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକ ରେ । ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି । ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିଛନ୍ତି । ଏଥର ମଧ୍ୟ ବହୁତ ବଡ଼ ଆକାରରେ “ରଜ କୁଇନ୍” ରିଏଲିଟି ସୋ ଆସୁଛି ଟିଭି ପରଦାରେ । ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ଆସୁଥିବା ରଜ କୁଇନ୍‌ ଏଥର ଦର୍ଶକ ଓ ପ୍ରତିଯୋଗୀମାନଙ୍କ ପାଇଁ ଆଣିଛି କିଛି ଖାସ ଉପହାର ଓ ସ୍କଲାରସିପ୍ ।

ଅନେକଙ୍କ ଭବିଷ୍ୟତ ତିଆରି କରିଥିବା ଏହି ପ୍ଲାଟଫର୍ମ ଏଥର ଆଣିଛି କିଛି ନୂଆ ଚିନ୍ତାଧାରା । ଏଥର ରହିଛି ଏକ ବିଶେଷ ସ୍କଲାରସିପ୍ ସେମାନଙ୍କ ପାଇଁ ଯେଉଁ ମାନେ ଯେକୌଣସି ବିଭାଗରେ ପାରଦର୍ଶିତା ହାସଲ କରି ସେହି ବିଭାଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଓ ନିଜର ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି, ସେମାନେ ଏହି ସ୍କଲାରସିପର ହକଦାର୍ ହୋଇପାରିବେ । ଏଭଳି ସୁଯୋଗ ଓ ସହଯୋଗ କେବଳ ଜୀ-ସାର୍ଥକ ର ରଜ କୁଇନ୍‌ ପ୍ରତିଯୋଗୀମାନଙ୍କୁ ମିଳିପାରିବ ଓ ଏହି ପ୍ରୋଗ୍ରାମ ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ନିଜର ସ୍ବପ୍ନ ପୁରଣ କରିବା ସହ ନିଜର ଡେଣା ମେଲାଇ ଖୋଲା ଆକାଶରେ ଉଡିଯିବାକୁ ପ୍ରେରିତ କରିବ ।

ଏଥର ଜଜ୍ ହୋଇ ଆସୁଛନ୍ତି ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଏଲିନା ସାମନ୍ତରାୟ ଓ ଶ୍ରୀତମ ଦାସ ।  ଏହା ଛଡା ଆହୁରି ଚାରି ଜଣ ମେଣ୍ଟର ମଧ୍ୟ ରହିବେ ଯେଉଁ ମାନେ ନିଜର ଗୋଟେ ଗୋଟେ ଟିମ୍ ବାଛିବେ ଓ ଏହି ରିଏଲିଟି ଶୋ ଜିତିବାରେ ନିଜ ଟିମ୍ ର ମାର୍ଗଦର୍ଶକ ହେବେ । ଏହି ମେଣ୍ଟରସ୍ ମାନଙ୍କ ମଧ୍ୟରେ ଅଛନ୍ତି ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ଖୁସି , ‘ମୁଁ ବି ବିଜୟିନୀ’ ର ସ୍ତୁତି , ‘ଝିଲ୍ଲୀ’ର ଝିଲ୍ଲୀ ଓ ‘ସାଥିରେ’ ର ଧାରା । ଯେଉଁ ମାନେ ଅଡିସନ ରାଉଣ୍ଡ ଜିତି ଆଗକୁ ଆସିବେ ସେମାନେ ଏହି ମେଣ୍ଟରସ୍ ମାନଙ୍କ ତତ୍ତ୍ବାବଧାନରେ ନିଜର ସ୍ବପ୍ନ ପୁରଣ ଭବିଷ୍ୟତ ତିଆରି କରିବାର ସୁଯୋଗ ପାଇବେ ।
‘ରଜ କୁଇନ’ ପାଇଁ ଅଡିସନ୍ ଓଡ଼ିଶାର କିଛି ପ୍ରମୁଖ ସହରର ଯଥା ଭଦ୍ରକ, କେନ୍ଦୁଝର, ଭୁବନେଶ୍ଵର, ଯାଜପୁର, ବାଲେଶ୍ୱର, କଟକ, ଅନୁଗୁଳ ଓ ରାଉରକଲାରେ ହୋଇଥିଲା ଯେଉଁଠାରୁ ବଛା ବଛା ପ୍ରତିଯୋଗୀ ଏଥର ଭାଗ ନେଉଛନ୍ତି । କାର୍ୟ୍ୟକ୍ରମଟି ନିଶ୍ଚିତ ଭାବରେ ଲୋକାଦୃତ ହେବ ବୋଲି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ ପ୍ରକାଶ କରିଛନ୍ତି ।