ପୁଣି ଚର୍ଚ୍ଚାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମହିଳା କମିଶନ ଉପରେ ଏଲଜି ଛାଟ, ଚାକିିରିରୁ ବିଦା ୨୨୩ କର୍ମଚାରୀ

109

କନକ ବ୍ୟୁରୋ : ଦିଲ୍ଲୀ ମହିଳାକମିଶନରୁ ଏକକାଳୀନ ୨୨୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଉପରାଜ୍ୟପାଳ ବିନୟ ସକସେନାଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ନିୟମ ବିରୁଦ୍ଧରେ ଏମାନଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ଆଣି ଉପରାଜ୍ୟପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ତେବେ ନିର୍ଦ୍ଦେଶରେ କୁହାଯାଇଛି…

‘ଡିସିଡବ୍ଲ୍ୟୁ’ଉପରେ ଉପରାଜ୍ୟପାଳଙ୍କ ଛାଟ୍
-ମହିଳା କମିସନଙ୍କରେ ମାତ୍ର ୪୦ ପଦାଧିିକାରୀଙ୍କ ପାଇଁ ବିଭିନ୍ନ ପଦବୀ ରହିଥିଲା
-ନିୟମ ଉଲ୍ଲଂଘନ କରାଯାଇଛି ଓ ମାତ୍ରାଧିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା
-ନିଯୁକ୍ତି ସମୟରେ ପ୍ରାର୍ଥୀଙ୍କ କୌଣସି ମୂଲ୍ୟାଙ୍କନ କରାଯାଇନଥିଲା
-୨୦୧୭ରେ ତତ୍କାଳୀନ ଉପରାଜ୍ୟପାଳଙ୍କୁ ପଠାଯାଇଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ସ୍ୱାତି ମାଲିୱାଲ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ୱ ଛାଡି ଏବେ ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ହୋଇଛନ୍ତି । ତେବେ ଅଧ୍ୟକ୍ଷା ପଦ ଛାଡିବା ୨ ମାସ ପରେ ଏବେ ଏହି ଗଣନିଯୁକ୍ତି ବିବାଦ ଦେଖାଦେଇଛି । ତେବେ କାର୍ଯ୍ୟାନୁଷ୍ଠାନ ଭିତରେ ସ୍ୱାତୀ ମଧ୍ୟ ତଦନ୍ତ ପରିସରକୁ ଆସିବା ସମ୍ଭାବନା ରହିଛି । ଅନ୍ୟପଟେ ସ୍ୱାତୀ ଉପରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି ।

ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ଭିତରେ ବିବାଦ କିଛି ନୂଆ ନୁହେଁ । ବିିଭିନ୍ନ ପ୍ରସଙ୍ଗକୁ ନେଇ ତିକ୍ତତା ଓ ବିବାଦ ଦେଖାଦେଇଛି । ଆଉ ଏବେ ମହିଳା କମିଶନରେ ଗଣନିଯୁକ୍ତି ଓ ବରଖାସ୍ତ ଚର୍ଚ୍ଚା ପାଲଟିଛି ।