ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଅସନ୍ତୋଷ। ସଭା ଅଧାରୁ ଉଠି ଚାଲିଗଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର।

228

କନକ ବ୍ୟୁରୋ: ସଭା ମଝିରୁ ଉଠିଗଲେ ବିଧାୟକ । ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକ ଅଧାରୁ ଉଠିଚାଲିଗଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ବୈଠକରେ ଆଲୋଚନା କମ୍ ଅଯଥା କଥାରେ ଗପସପ ବେଶୀ ହେଉଥିଲା, ତେଣୁ ଧର୍ଯ୍ୟ ରହିଲା ନାହିଁ, ଉଠି ଚାଲି ଆସିଲେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଗତକାଲି ଜିଲ୍ଲାପାଳ ଚଞ୍ଚଲ ରଣାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋହିସିଂହା ବିଧାୟକ ମୁକେଶ ମହାଲିଙ୍ଗ, ସାଂସଦ ନିରଂଜନ ବିଶିଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ବାଚନମଣ୍ଡଳି ପ୍ରତିନିଧି ଯୋଗଦେଇଥିଲେ ।

ବୈଠକରେ ପାଣି ସମସ୍ୟାକୁ ନେଇ ଆଲୋଚନା ହେଉଥିଲା । ଜିଲ୍ଲାରେ ଉପୁଜିଥିବା ଜଳ ସଂକଟକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ । ବଲାଙ୍ଗୀର ଜିଲ୍ଲାରେ ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅନୁଦାନ ଦେଇଛନ୍ତି ବୋଲି ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ । ସେହି ସମୟରେ ନରସିଂହ ମିଶ୍ର ମଧ୍ୟ ଏକ ପ୍ରସ୍ତାବ ରଖିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଉ, କାହିଁକି ନା ଦଳ ମତ ନିର୍ବିଶେଷରେ ସମସ୍ତ ଲୋକ ପ୍ରତିନିଧି ବଲାଙ୍ଗୀରର ଜଳ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପରେ ବୈଠକରେ କଥା କଟାକଟି ହୋଇଥିଲା । ଶେଷରେ ଧର୍ଯ୍ୟହରା ହୋଇ ସଭା ମଝିରୁ ଚାଲି ଆସିଥିବା କହିଛନ୍ତି ନରସିଂହ ମିଶ୍ର ।