ଟିଏମସିରେ ବିଦ୍ରୋହ । ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ କୁନାଲ ଘୋଷ । ଶିକ୍ଷକ ନିଯୁକ୍ତି ବାବଦରେ ମମତା ପୂର୍ବରୁ ଜାଣିଥିବା ଦାବି

162

କନକ ବ୍ୟୁରୋ : ମମତା ସରକାରଙ୍କ ଉପରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା ବଡ ସମସ୍ୟା ହୋଇ ଉଭା ହୋଇଥିବାବେଳେ ଏବେ ଦଳ ନେତାଙ୍କ ବୟାନ ନୂଆ ବିବାଦକୁ ଟାଣିଛି । ଦଳର ବରିଷ୍ଠ ନେତା କୁନାଲ ଘୋଷ କହିଛନ୍ତି ଶିକ୍ଷକ ଦୁର୍ନୀତି ମାମଲା ବିଷୟରେ ଜାଣିଥିଲେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ସମୟ ଥାଉ ଥାଉ ଯଦି ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେଇଥାନ୍ତେ ତେବେ ଏତେ ସଂଖ୍ୟକ ଶିକ୍ଷକଙ୍କ ଚାକିରି ହରାଇନଥାନ୍ତେ । ବୁଧବାର ଟିଏସିର ମହସଚିବ ଓ ମୁଖପାତ୍ର ପଦରୁ ହଟାଯିବା ପରେ ଏଭଳି କିଛି ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି କୁନାଲ ଘୋଷ । ବିଜେପି ପ୍ରାର୍ଥୀ ତାପସ ରାୟଙ୍କୁ ପ୍ରଶଂସା କରିବା ପରେ ତାଙ୍କୁ ପଦରୁ ହଟାଇଥିଲା ଟିଏମସି । ୨୦୧୬ ଶିକ୍ଷକ ନିଯୁକ୍ତିକୁ ବେଆଇନ ଦର୍ଶାଇ ପ୍ରକିୟାକୁ ରଦ୍ଧ କରିଛନ୍ତି କଲିକତା ହାଇକୋର୍ଟ । ଏହି ସମୟରେ ନିଯୁକ୍ତି ପାଇଥିବା ପ୍ରାୟ ୨୪ହଜାରରୁ ଅଧିକ ଶିକ୍ଷକ ଚାକିରି ହରାଇଛନ୍ତି । ସେପଟେ କୋର୍ଟଙ୍କ ଫଇସଲା ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ମମତା ସରକାର ।