ବିଶ୍ୱକପ ଖେଳାଳୀ ଚୟନ ନେଇ ଟିମ ଇଣ୍ଡିଆର ପ୍ରେସମିଟ । ରିଙ୍କୁ ଓ ଗିଲଙ୍କ ବାଦ ନେଇ ରୋହିତଙ୍କ ପ୍ରତିକିୟା,ନିଷ୍ପତି ଥିଲା କଠୋର

436

କନକ ବ୍ୟୁରୋ : ଜୁନ୍ ୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟ ମହାସମର । ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଯୁବ ଓ ଅଭିଜ୍ଞ ମାନଙ୍କୁ ଦଳରେ ସାମିଲ କରିଛନ୍ତି ଚୟନକର୍ତା ଟିମ୍ । ପୁରା ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମର ରଣନୀତି କଣ ରହିବ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଓ ଚୟନକର୍ତା ଟିମର ମୁଖ୍ୟ ଅଜିତ୍ ଅଗରକର । ତେବେ ଶୁଭମନ୍ ଗିଲ୍ ଓ ରିଙ୍କୁ ସିଂଙ୍କ ଭଳି ଖେଳାଳିଙ୍କୁ ୧୫ ଜଣିଆ ଦଳରେ ସାମିଲ ନକରି ରିଜର୍ଭ ଦଳରେ ରଖାଯାଇଛି । ଏହା ଏକ କଠିନ ନିଷ୍ପତି ଥିଲା ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଉଭୟ ରୋହିତ ଶର୍ମା ଓ ଅଜିତ୍ ଅଗରକର କହିଛନ୍ତି ।