ତାତିରେ ଜଳୁଛି ଦେଶର ଅଧିକାଂଶ ରାଜ୍ୟ । ମେ ମାସରେ ଆହୁରି ବଢ଼ିବ ତାତି, ଆଇଏମଡିର ଆଲର୍ଟ । ଆସାମରେ ବନ୍ୟା ତାଣ୍ଡବ, ପାହାଡିଆ ରାଜ୍ୟରେ ପ୍ରବଳ ତୁଷାରପାତ

63

କନକ ବ୍ୟୁରୋ: ପ୍ରକୃତିର ବିିଚିତ୍ର ରୂପ । ଦେଶର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ତାତି ସାଙ୍ଗକୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ସେପଟେ କିଛି ସ୍ଥାନରେ ବର୍ଷା ଆଣିଛି ସାମାନ୍ୟ ଆଶ୍ୱସ୍ତି । ଉତରପୂର୍ବ ରାଜ୍ୟ ସହ ଦେଶର ଅଧିକାଂଶ ରାଜ୍ୟ ଖରାରେ ସିଝୁଛି । ଏପରିକି ଅଂଶୁଘାତରେ ମୃତ୍ୟୁ ବି ହେଉଛି ସେପଟେ ଦିଲ୍ଲୀର ଓ ହାଇଦ୍ରାବାଦର କିଛି ସହରରେ ବର୍ଷା ମଧ୍ୟ ହୋଇଛି । ସେପଟେ ଆସାମରେ ଆସିଛି ପ୍ରଳୟଙ୍କାରୀ ବନ୍ୟା । ରାଜ୍ୟର ୧୦ଟି ଜିଲ୍ଲାରେ ଲଗାଣ ବର୍ଷା ପରେ ବନ୍ୟା ଦେଖାଦେଇଛି । ଅନ୍ୟପଟେ ପାହାଡିଆ ରାଜ୍ୟ ଉତରାଖଣ୍ଡ, ହିମାଚଳପ୍ରଦେଶର ଅନେକ ଜିଲ୍ଲାରେ ଏବେ ବି ଚାଲିଛି ତୁଷାରପାତ । ତାତିର ତ୍ରାହୀ ପାଇଁ ପାହାଡିଆ ରାଜ୍ୟରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଜମିଛି ।