ବର୍ଷା ଓ ବିଜୁଳି ଘଡଘଡି ନେଇ ୬ ଜିଲ୍ଲାକୁ ସତର୍କତା: ସେପଟେ କଟକରେ କାଳ ବୈଶାଖୀ ବର୍ଷା

4,701

କନକ ବ୍ୟୁରୋ: ବର୍ଷା ଓ ବିଜୁଳି ଘଡଘଡି ନେଇ ସତର୍କତା ଜାରି ହୋଇଛି । ରାଜ୍ୟର ୬ ଜିଲ୍ଲାକୁ ସତର୍କତା ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ, କଟକ, କନ୍ଧମାଳ, ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ସେହିପରି କଟକରେ ହଠାତ ବଦଳିଗଲା ପାଣିପାଗ । କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ଝିପିଝିପି ବର୍ଷା ସହ ବହିବାର ଲାଗିଛି ପବନ । ବର୍ଷା ପାଇଁ ପାଣିପାଗରେ ପରିବର୍ତ୍ତନ ହୋଇଛି । ପ୍ରବଳ ତାତିରୁ ଆଶ୍ୱସ୍ତି ପାଇଛନ୍ତି ଲୋକ ।