ଯୁବକ ସହି ପାରିଲେ ନାହିଁ ଭସାଣି ଉତ୍ସବରେ ବିକଟାଳ ଶବ୍ଦ । ଗଣେଶ ଭସାଣି ବେଳେ ଗରଦପୁରରେ ଯୁବକଙ୍କୁ ହାର୍ଟଆର୍ଟାକ

2,323

କନକ ବ୍ୟୁରୋ : ଡିଜେର ବିକଟାଳ ସବ୍ଦରେ ହାର୍ଟ ଆଟାକର ଶିକାର ହେଲେ ଯୁବକ। ଗଣେଷ ଭସାଣିରେ କାନଫଟା ଶବ୍ଦରେ ହାର୍ଟଆଟାକର ଶିକାରହେଲେ ଜଣେବ୍ୟକ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ। ଗତ ତିନିଦିନ ତଳେ ହୋଇଥବା ଗଣେଷ ଭସାଣୀ ଉତ୍ସବରେ ଡିଜେ ବଜାଇ କିଛି ମେଢ ବ୍ରହ୍ମପୁର ଓ ପୁରୁଷୋତ୍ତମପୁର ଗ୍ରାମରେ ପରିକ୍ରମା କରିଥିଲେ। ଡିଜେର କାନଫଟା ବିକଟାଳ ଶବ୍ଦରେ ପୁରୁଷୋତ୍ତମପୁର ଗ୍ରାମର ପ୍ରମୋଦ କୁମାର କର ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତି ହାର୍ଟଆଟାକର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗୁରୁତର ଆହତ ପ୍ରମୋଦଙ୍କୁ ଚିକିତ୍ସାପାଇଁ ପରିବାରଲୋକେ ପ୍ରଥମେ ପାଟକୁରା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି। ଖାଲି ସେତିକି ନୁହେଁ ଗ୍ରାମର ବରିଷ୍ଠନାଗରିକ ଛୋଟପିଲା ଅସୁସ୍ଥ ହୋଇପଡିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀମାନେ।

ଏନେଇ ବ୍ରହ୍ମପୁର ଓ ପୁରୁଷୋତ୍ତମପୁର ଗ୍ରାମବାସୀମାନେ ପାଟକୁରାଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ କିଛିବର୍ଷ ହେବ ଦେଖିବାକୁମିଳୁଛି ପାରମ୍ପରିକ ବାଦ୍ୟ ସ୍ଥାନରେ ଡିଜେବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଡିଜେର କାନଫଟା ଶବ୍ଦରେ ଖାଲି ଜନସାଧାରଣମାନଙ୍କର ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡୁନି ଏହାସହ ପରିବେଶ ପ୍ରଦ୍ୟୁଷଣ ମଧ୍ୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାସହିତ ଆଗାମିଦିନରେ କାନଫଟା ବିକଟାଳ ଶବ୍ଦରେ ପରିବେଶ ପ୍ରଦ୍ୟୁଷଣ ସୃଷ୍ଟିକରୁଥିବା ଡିଜେ ଉପରେ ପୋଲିସ ଓ ପ୍ରଶାସନ କାର୍ୟ୍ୟାନୁଷ୍ଠାନ ଗ୍ରହଣକରିବାପାଇଁ ଦାବିକରିଛନ୍ତି ଗ୍ରାମବାସୀ