ମାର୍କେଟ ଭିରତକୁ ମାଡିଗଲା ଗାଡି । ଅଳ୍ପକେ ବର୍ତ୍ତିଲା ୫ ଜୀବନ ।

189

କନକ ବ୍ୟୁରୋ: ଦୁର୍ଘଟଣା ଘଟାଇ ମାର୍କେଟ କମ୍ପେ୍ଲକ୍ସ ଭିତରକୁ ମାଡ଼ିଗଲା ଗାଡି, ଅଳ୍ପକେ ବର୍ତ୍ତିଲେ ୫ଜଣ ଯାତ୍ରୀି । କଳାହାଣ୍ଡି ଧର୍ମଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଭବାନୀପାଟଣାରୁ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ସ୍କର୍ପିଓଟି ଫେରୁଥିଲା । ରାସ୍ତାରେ ଗାଈଗୋରୁ ଶୋଇଥିବା ଯୋଗୁଁ ଗାଡିଟି ଭାରସାମ୍ୟ ହରାଇ ମାର୍କେଟ କମ୍ପେ୍ଲକ୍ସ ଭିତରକୁ ମାଡିଯାଇଥିଲା । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଧର୍ମଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।