ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ । ପୋଲିସକୁ ପ୍ରଶ୍ନ କଲେ ବିକ୍ରମ ଆରୁଖ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

1,034

କନକ ବ୍ୟୁରୋ: ଗାଡ଼ି ଚେକିଂ ବେଳେ ରାଗିଗଲେ ମନ୍ତ୍ରୀ, ପୋଲିସକୁ ପ୍ରଶ୍ନ କଲେ ବିକ୍ରମ ଆରୁଖ । ଶୁକ୍ରବାର ରାତିରେ ଗଞ୍ଜାମ ଭଞ୍ଜନଗରରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡିକୁ ଅଟକାଇବା ସହ ଚେକିଂ କରିଥିଲା ଫ୍ଲାଇଂ ସ୍କ୍ୱାର୍ଡ । କିଛି ସମୟ ଧରି ଚେକିଂ ଚାଲିଥିବା ବେଳେ ଶେଷରେ ମନ୍ତ୍ରୀଙ୍କ ଗାଡିକୁ ଛଡାଯାଇଥିଲା । ତେବେ ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୋଲିସ ଅଧିକାରୀଙ୍କୁ ନାଲିଆଖି ଦେଖାଇ ଧମକାଇଥିଲେ । ଏହି ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ନିର୍ବାଚନ ସମୟରେ ବେଆଇନ ଟଙ୍କା କାରବାର ରୋକିବାକୁ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଉଛି ।