କାଲି ପୁଣି ଓଡିଶା ଆସିବେ ମୋଦୀ । ପୁରୀରେ କରିବେ ରୋଡ ସୋ’ ।

115

କନକ ବ୍ୟୁରୋ: ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋମବାର ସକାଳେ ପୁରୀରେ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ବଡ଼ଦାଣ୍ଡରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି । ୨୦୧୯ ପରି ୨୦୨୪ରେ ମଧ୍ୟ ପୁରୀରେ ବଜେପି ପାଇଁ ପ୍ରଚାର କରିବେ ମୋଦୀ ।

ଅନୁଗୁଳ, କଟକରେ ବିଶାଳ ଜନସଭା କରିବା ସହ ପୁରୀ ବଡଦାଣ୍ଡରେ ମେଗା ରୋଡ ସୋ’ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଗତ ୧୦ ତାରିଖରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ’କୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳିଥିଲା । ଏହାପରେ ପୁରୀ ଲୋକସଭା ଆସନ ଓ ଏହା ଅଧିନରେ ଥିବା ବିଧାନସଭାର ବିଜେପି ପାର୍ଥୀଙ୍କ ପାଇଁ ରୋଡ ସୋ’ ଜରିଆରେ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ ।