ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରନ୍ତି ଗୌତମ ଗମ୍ଭୀର । ବିସିସିଆଇ ଆଲୋଚନା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

390

କନକ ବ୍ୟୁରୋ: କିଏ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍? ରାହୁଲ ଦ୍ରାବିଡ଼ଙ୍କ ପରେ କିଏ ଟିମ୍ ଇଣ୍ଡିଆର କୋଚ୍ ହେବେ? ଏହି ଦୁଇଟି ବଡ଼ ପ୍ରଶ୍ନ ଟିମ୍ ଇଣ୍ଡିଆ ଏବଂ ଏହାର ପ୍ରଶଂସକଙ୍କ ସାମ୍ନାରେ ଛିଡ଼ା ହୋଇଛି । ଇଏସପିଏନ୍ କ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ବିସିସିଆଇ ଗୌତମ ଗମ୍ଭୀରଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛି ।

ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ ଆହ୍ୱାନ କରିସାରିଛି ଏବଂ ଶେଷ ତାରିଖ ହେଉଛି ମେ ୨୭ । ଗୌତମ ଗମ୍ଭୀରଙ୍କ ପାଖରେ ଭଲ ପ୍ରଶିକ୍ଷଣ ଅଭିଜ୍ଞତା ରହିଛି । ଆଇପିଏଲର ଚଳିତ ସିଜନରେ ସେ କେକେଆରର ମେଣ୍ଟର ହୋଇଛନ୍ତି । ଏହି ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ସହ ପ୍ଲେଅଫରେ ପହଞ୍ଚିଛି । ଗତ ଦୁଇ ସିଜନରେ ସେ ଲକ୍ଷେ୍ନøକୁ ପ୍ଲେଅଫରେ ସ୍ଥାନ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଗୌତମ ଗମ୍ଭୀର କେକେଆର ଛାଡ଼ି ଟିମ୍ ଇଣ୍ଡିଆ ସହ ଯୋଡି ହେବେ କି? ଯଦି ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୁଅନ୍ତି ତେବେ ତାଙ୍କୁ କେକେଆର ଛାଡ଼ିବାକୁ ପଡ଼ିବ । ଯଦି ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୁଅନ୍ତି, ତେବେ ଏହା ବହୁତ ଫାଇଦା ଦେବ । ଗମ୍ଭୀରଙ୍କୁ ଜଣେ ଭଲ ମ୍ୟାନ୍ ମ୍ୟାନେଜର ଭାବେ ବିବେଚନା କରାଯାଏ । ସେ ଟିମରେ ଥିବା ବେଳେ ଟି-୨୦ ବିଶ୍ୱକପ୍ ଓ ଦିନିକିଆ ବିଶ୍ୱକପ ଭାରତ ଜିତିଛି । ସେ ଇଣ୍ଡିଆ ପାଇଁ ୫୮ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୧୪୭ ଦିନିକିଆ ଓ ୩୭ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଗମ୍ଭୀର ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୨୦ଟି ଶତକ ହାସଲ କରିଛନ୍ତି ।