ବସ୍ ସହ ଜଳିଗଲେ ୮ ତୀର୍ଥଯାତ୍ରୀ, ୨୦ ଗୁରୁତର । ହରିୟାଣା ନୁହରେ ବଡ଼ ଧରଣର ଦୁର୍ଘଟଣା ଘଟି ତୀର୍ଥଯାତ୍ରୀ ବସରେ ଲାଗିଲା ନିଆଁ ।

229

କନକ ବ୍ୟୁରୋ: ହରିୟାଣା ନୁହ ଠାରେ ବଡ଼ ଧରଣର ଦୁର୍ଘଟଣା, ତୀର୍ଥଯାତ୍ରୀ ବସରେ ନିଆଁ ଲାଗି ୮ ଯାତ୍ରୀ ଜୀବନ୍ତ ଦଗ୍ଧ । ୨୪ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନୁହର କୁଣ୍ଡଲି-ମାନେସର-ପଲପଲ ଏକ୍ସପ୍ରେସ ୱେରେ ଶୁକ୍ରବାର ରାତିରେ ଏଭଳି ଅଘଟଣ ଘଟିଛି । ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବୃନ୍ଦାବନରୁ ଫେରୁଥିବା ଚଳନ୍ତା ବସରେ ନିଆଁ ଲାଗିଯିବା କାରଣରୁ ଏଭଳି ଘଟିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ,ବସର ତଳଭାଗରେ ପ୍ରଥମେ ଏକ ଶବ୍ଦ ହେବା ସହିତ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ବସ ଅଟକାଇବା ବେଳକୁ ସମ୍ପୂର୍ଣ୍ଣ ଗାଡିଟିକୁ ନିଆଁ ବ୍ୟାପୀ ସାରିଥିଲା । ନିଆଁ ଲାଗିଥିବା ଜାଣିବା ପରେ ଅନେକ ଯାତ୍ରୀ ଝରକା ବାଟ ଦେଇ ତଳକୁ ଡେଇଁ ଜୀବନ ବଞ୍ଚାଇଥିଲେ । ଏହି ଅଗ୍ନିକାଣ୍ଡରେ ୮ଜଣ ଯାତ୍ରୀଙ୍କ ମୃତ୍ୟ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।