ବିଜେପି ଏବଂ କଂଗ୍ରେସର ଷ୍ଟାର କ୍ୟାମ୍ପେନର କରିବେ ପ୍ରଚାର । ଦେବଗଡରେ ହେମାମାଳିନୀ, କଣ୍ଟାବାଞ୍ଜିରେ ଭୂପେନ୍ଦ୍ର ଯାଦବ ବାଲେଶ୍ୱରରେ ସଚିନ ପାଇଲଟଙ୍କ ପ୍ରଚାର ।

198

କନକ ବ୍ୟୁରୋ: କଣ୍ଟାବାଞ୍ଜିରେ ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଭୂପେନ୍ଦ୍ର ଯାଦବ । ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଆସନ ମଧ୍ୟରେ ଏହି ବିଧାନସଭା ଆସନ ରହିଛି । ଯାହା ବଲାଙ୍ଗୀର ଲୋକସଭା ଅଧୀନରେ ରହିଛି । ବିଜେଡିରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସରୁ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରାର୍ଥୀ ରହିଛନ୍ତି । ସେହିପରି ବିଜେପିରୁ ବିଧାୟକ ପ୍ରାର୍ଥୀ ରହିଛନ୍ତି ଲକ୍ଷ୍ମଣ ବାଗ୍ ।

ସେହିପରି ଆଜି ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କଂଗ୍ରେସ ନେତା ସଚିନ ପାଇଲଟ । ୨ଟି ସଭାକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ସାଢେ ୧୨ଟାରେ ବାଲେଶ୍ୱର ଟାଉନ ପୋଲିସ ପଡିଆରେ ଏବଂ ଅପରାହ୍ନ ୨ଟା ୪୫ରେ ଭୋଗରାଇ ସ୍ଥିତ ଥାନା ଛକରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ୱରରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଅନ୍ୟପଟେ ଆଜି ଦେବଗଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ ।