ଖଲ୍ଲିକୋଟ ହିଂସା ଘଟଣାରେ ଏସଆଇଟି ତଦନ୍ତ । ମୃତକଙ୍କ ଘରକୁ ଯାଇ ତଦନ୍ତ କରିବେ ଏସଆଇଟି ମୁଖ୍ୟ ।

87

କନକ ବ୍ୟୁରୋ: ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଘଟିଥିବା ରାଜନୈତିକ ହଂସା ଓ ହତ୍ୟା ଘଟଣାରେ ଏସ୍ଆଇଟିର ତଦନ୍ତ । ଆଇପିଏସ୍ ଆରକେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ ଦିଆଯାଇଛି । ଗତକାଲି ସେ ଖଲ୍ଲିକୋଟ ଥାନାକୁ ଯାଇ ତଦନ୍ତ କରିଥିଲେ । ଦକ୍ଷିଣାଞ୍ଚଳ ଆଇଜି ଜୟରାମ ପଙ୍କଜ ମଧ୍ୟ ଖଲ୍ଲିକୋଟ ଥାନାକୁ ଯାଇଥିଲେ । ଆଜି ଏସଆଇଟି ମୁଖ୍ୟ ଖଲ୍ଲିକୋଟ ଯିବେ । ଆଜିଠାରୁ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯିବ ।

ଏସଆଇଟି ମୁଖ୍ୟ ମୃତକଙ୍କ ପରିବାରକୁ ଭେଟିବା ସହ ଥାନାକୁ ଯାଇ ତଦନ୍ତ କରିବେ । ଆଜିଠାରୁ ୨୧ ତାରିଖ ଯାଏଁ ଖଲ୍ଲିକୋଟରେ କ୍ୟାମ୍ପ କରିବେ ଆର.କେ ଶର୍ମା । ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ୩୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।