ଆସିଲା ନାହିଁ ଆମ୍ବୁଲାନ୍ସ । ଟିଟିଲାଗଡ ଡାକ୍ତରଖାନାରେ ପହଂଚିବା ଆଗରୁ ରାସ୍ତାକଡରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା

82

କନକ ବ୍ୟୁରୋ : ରାସ୍ତା କଡରେ ଲୁଗା ଢଙ୍କା ଯାଇଛି । ଦୁଇ ଜଣ ମହିଳା ଲୁଗା ଧରି ଠିଆ ହୋଇଛନ୍ତି । ଆଉ ଆପଣମାନେ ଜାଣିଛନ୍ତି ଏହି ଲୁଗା ଆଢୁଅ।।ଳରେ ଜଣେ ମହିଳା ଗର୍ଭ ଯନ୍ତ୍ରଣା ଭୋଗୁଛନ୍ତି ।

ବେହାଲ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲା ଟିଟଲାଗଡରୁ । ଘର ଠାରୁ ମାତ୍ର ୨ କିଲେମିଟର ଦୂରରେ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନା ରହିଛି । ହେଲେ ଡାକ୍ତରଖାନାରେ ପହଂଚିପାରିଲେ ନାହିଁ କୁମୁଡା ଗାଁର ଗର୍ଭବତୀ ମହିଳା ବିନ୍ଦିଆ ଶବର । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଚାଲି ଚାଲି ଡାକ୍ତରଖାନକୁ ବାହାରିଥିଲେ ବିନ୍ଦିଆ । ଅଳ୍ପକିଛି ବାଟ ଯିବା ପରେ ଗର୍ଭ ଯନ୍ତ୍ରଣା ଅତ୍ୟଧିକ ହେବାରୁ ଡାକ୍ତରଖାନାରେ ପହଂଚି ପାରିଲେନାହିଁ । ଶେଷରେ ରାସ୍ତା କଡରେ ଯାଆଁଳା ଶିଶୁପୁତ୍ର ଜନ୍ମ ଦେଇଛନ୍ତି ।

ରାସ୍ତାକଡରେ ପ୍ରସବ ଖବର ଚାରିଆଡେ ବ୍ୟାପିଗଲା । ଟିଟିଲାଗଡ ସହର ଠାରୁ ଖୁବ୍ ଅଳ୍ପ ଦୂରରେ ଏଭଳି ଘଟଣା ଘଟିଥିବା ବେଳେ ମହିଳା ଓ ନବଜାତ ଶିଶୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛି ପୁଲିସ ।