ଆଇପିଏଲରେ ସହିପାରିଲେନି ରାଜସ୍ଥାନ ରୟାଲ୍ସର ପରାଜୟ । ଚରମ ପଦକ୍ଷେପ ନେଲେ ଯୁବକ

292

କନକ ବ୍ୟୁରୋ: ଆଇପିଏଲ ୨୦୨୨ ଫାଇନାଲରେ ରାଜସ୍ଥାନକୁ ହରାଇ ଟାଇଟଲ ହାତେଇ ନେଇଛି ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ ପରେ ଅନେକ କ୍ରିକେଟ ପ୍ରେମୀଙ୍କ ମୁହଁରେ ହସ ଖେଳିଯାଇଥିବାବେଳେ ରାଜସ୍ଥାନର ପ୍ରଶଂସକ ନିରାଶ ହୋଇଛନ୍ତି । ତେବେ ରାଜସ୍ଥାନର ଏମିତି ଜଣେ ପଶଂସକ ଦଳର ପରାଜୟ ସହିନପାରି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଯାଇଛନ୍ତି । ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ୨୦ ବର୍ଷର ଯୁବକ ।

ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ଭଦୋହୀ ଜିଲ୍ଲାରେ । ଆଇପିଏଲ ଫାଇନାଲରେ ନିଜୟ ପ୍ରିୟ ଦଳ ରାଜସ୍ଥାନକୁ ପରାଜୟକୁ ସହଜରେ ଗ୍ରହଣ କରିପାରିନଥିଲେ ଏହି ଯୁବକ । ତେଣୁ ଏହି ଦୁଃଖରେ ଟ୍ରେନ ସମାନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତଦନ୍ତରୁ ମୃତକଙ୍କ ପରିଚୟ ପାଇଛି ପୋଲିସ । ଚୌରି ଥାନା ଅଞ୍ଚଳର ବନକଟ ଗାଁର ଯୁବକ ରାକେଶ ପଟେଲ । ମ୍ୟାଚରେ ରାଜସ୍ଥାନ ହାରିବା ପରେ ସେ ଘରୁ ବାହାରି ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ । ପରେ ତାଙ୍କ ମୃତଦେହ ଟ୍ରେନଲାଇନରୁ ଉଦ୍ଧାର କରାଯାଇଥିଲା ।