ଆମ୍ବୁଲାନ୍ସ ଡ୍ରାଇଭରର ବେପରୁଆ ଡ୍ରାଇଭିଙ୍ଗ ହେଲା କାଳ । ଅକାଳରେ ଚାଲିଗଲା ୭ ଜୀବନ

288

କନକ ବ୍ୟୁରୋ: ଆଜି ଭୋର ସମୟରେ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ଚାଲିଗଲା ୭ ଜୀବନ ।
ମିଳିଥିବା ସୂଚନା ମୁତାବକ, ଅମ୍ବୁଲାନ୍ସଟି ରୋଗୀ ନେଇ ଦିଲ୍ଲୀରୁ ବରେଲିର ଅଭିମୁଖେ ଯାଉଥିଲା । ଡ୍ରାଇଭରକୁ ନିଦ ଲାଗିବାରୁ ତା’ର ଆଖିପତା ଲାଗିଯାଇଥିଲା । ଫଳରେ ଆମ୍ବୁଲାନ୍ସ ଡିଭାଇଡରରେ ପିଟିହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ୪ ପୁରୁଷ ଓ ୩ ମହିଳା ଥିବା ଜଣାପଡିଛି ।