୨ହଜାର ଟଙ୍କା ବଦଳାଇବା ଏଣିକି ହେବ ସହଜ । ଘର ପାଖରେ ଆରବିଆଇ ଶାଖା ନଥିଲେ ପଂଜୀକୃତ ଡାକଘରେ ଜମା କରିପାରିବେ ନୋଟ୍

128

କନକ ବ୍ୟୁରୋ : ଆଉ ଧାଡିରେ ଛିଡା ନହୋଇ ପୋଷ୍ଟ ଅଫିସ ଦ୍ୱାରା ଆରବିଆଇକୁ ପଠାଇପାରିବେ ୨ହଜାର ଟଙ୍କିଆ ନୋଟ୍ । ପରେ ଏହା ଆରବିଆଇର ଆଂଚଳିକ କାର୍ଯ୍ୟାଳୟରେ ପହଁଚିଯିବ   । ନୋଟ ଚେଂଜ ପାଇଁ ଆରବିଆଇର ବିଭିନ୍ନ ଶାଖାରେ ଲମ୍ବାଲାଇନ ଓ ପ୍ରବଳ ଭିଡଦେଖିବାକୁ ମିଳୁଛି । ତେଣୁ ଆରବିଆଇ ,ଭଳି ନିଷ୍ପତି ନେଇଛି । ଟିଏଲଆର ଓ ବୀମାପଂଜୀକୃତ ପୋଷ୍ଟ ଅଫିସରେ ଏହି ସୁବିଧା ଉପଲବ୍ଧ ରହିଛି । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି ଆରବବିଆଇ । ମେ ୧୯ରେ ଆରବିଆଇ ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲା    । ସେବେଠୁ ୯୭ପ୍ରତିଶତ ନୋଟ ଫେରିସାରିଛି ।