ପୁଣି ଚର୍ଚ୍ଚା ବଢ଼ାଇଲା ମହୁଆ ମୋଇତ୍ରାଙ୍କ ଦାମୀ ବ୍ୟାଗ । ଏଥିକ୍ସ କମିଟି ଆଗରେ ହାଜର ବେଳେ ୩ଟି ହ୍ୟାଣ୍ଡବ୍ୟାଗ୍ ପକାଇ ଆସିଲେ ଟିଏମସି ସାଂସଦ

174

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ଟଙ୍କା ବିବାଦରେ ଛନ୍ଦି ହୋଇଥିବା, ଟିଏମସି ସାଂସଦ ମହୁଆ ମୌଇତ୍ରା ସବୁବେଳେ ଦାମୀ ଉପହାର ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ତାଙ୍କୁ ଏହି ଦାମୀ ଉପହାର ସବୁ ଦେଉଥିବା ଅଭିଯୋଗ ରହିଛି । ଏହାରି ଭିତରେ ପାର୍ଲାମେଂଟର ଲଗ-ଇନ୍- ଆଇଡି ଓ ପାସୱାର୍ଡ ଦର୍ଶନଙ୍କୁ ଦେଇଥିବା ସ୍ୱୀକାର କରିସାରିଛନ୍ତି ମହୁଆ ।… ତେବେ ‘କ୍ୟାସ ଫର କ୍ୱରୀ’ ମାମଲାରେ ପାର୍ଲାମେଂଟ ଏଥିକ୍ସ କମିଟିରେ ହାଜର ହେବାକୁ ଗତକାଲି ପହଂଚିଥିଲେ ମହୁଆ । ଏତିକିବେଳେ ତାଙ୍କ ହାତରେ ଥିଲା ୩ଟି ଦାମୀ ଭ୍ୟାନିଟି ବ୍ୟାଗ୍ । ଯାହା ପୁଣିଥରେ ଚର୍ଚ୍ଚାକୁ ବଢାଇଛି । କାରଣ ଲକ୍ଷାଧିକ ଟଙ୍କାର ଦାମୀ ବ୍ୟାଗସବୁ ଧରି ବାରମ୍ବାର ସଂସଦକୁ ଆସିଥାନ୍ତି ଟିଏମସି ସାଂସଦ ମହୁଆ ମୌଇତ୍ରା । ଏଥିପାଇଁ ତାଙ୍କୁ ବାରମ୍ବାର ସମାଲୋଚନା କରାଯାଇଛି । ଏବେ ‘କ୍ୟାସ ଫର କ୍ୱରୀ’ ମାମଲାରେ ଛନ୍ଦି ହୋଇ, ପୁଣି ପାର୍ଲାମେଂଟ ଏଥିକ୍ସ କମିଟିରେ ହାଜର ହେବାକୁ ଗଲାବେଳେ ସମାନ ଅବତାରରେ ନଜର ଆସିଛନ୍ତି ମହୁଆ । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ଆଧାରରେ, ‘କ୍ୟାସ ଫର କ୍ୱରୀ’ ମାମଲାର ପାର୍ଲାମେଂଟ ଏଥିକ୍ସ କମିଟିରେ ଶୁଣାଣି ଚାଲିଛି । ଗତକାଲି ବିରୋଧୀଙ୍କ ହଙ୍ଗାମାରୁ ଶୁଣାଣି ହୋଇପାରିନଥିଲା । ଟିଏମସି ସାଂସଦ ମହୁଆ ମୌଇତ୍ରା, ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ଅଭିଯୋଗ ରହିଛି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଏଥିପାଇଁ ତାଙ୍କୁ ଦାମୀ ଉପହାର ସବୁ ମିଳୁଥିଲା ବୋଲି ମଧ୍ୟ ଅଭିଯୋଗ ରହିଛି ।