କାହାକୁ ଖୁସି କରିବାକୁ ଭୁଲ୍ ବିଜ୍ଞାପନ ? ଫାଇଭଟି ସଚିବଙ୍କ ଢେଙ୍କାନାଳ ଗସ୍ତ ବେଳେ ଭୁଲ ବିଜ୍ଞାପନକୁ ନେଇ ଅସନ୍ତୋଷ; ପ୍ରସୂତି କହିଲେ ନେବେ ଆଇନର ସାହାଯ୍ୟ

439

କନକ ବ୍ୟୁରୋ : ଫାଇଭଟି ସଚିବ ଭି କେ ପାଣ୍ଡିଆନ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ସଚିବ । କିନ୍ତୁ ଏହି ସମୟରେ ହସ୍ପିଟାଲରେ ଲାଗିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଜ୍ଞାପନରେ ସମସ୍ତ ରୋଗୀ ମାଗଣାରେ ଉପଯୁକ୍ତ ଚିକିତ୍ସା ପାଉଥିବାରୁ ମୁଖ୍ୟମନ୍ତ୍ରୀକୁ ଧନ୍ୟବାଦ୍ ଦେଉଥିବା କିଛି ପୋଷ୍ଟର୍ ଲାଗିଥିଲା ।

କିନ୍ତୁ ଲାଗିଥିବା ପୋଷ୍ଟରରେ ଯେଉଁ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି ସେମାନେ ସେହି ରୋଗର ପ୍ରକୃତ ରୋଗୀ ନୁହଁନ୍ତି କିମ୍ବା ସେମାନେ ସ୍ୱାସ୍ଥ୍ୟ ବିମା କାର୍ଡକୁ ସେହି ରୋଗ ପାଇଁ ବ୍ୟବହାର କରି ନାହାନ୍ତି । ଯାହାକୁ ନେଇ ଏବେ ଜଣେ ପ୍ରସୂତି ରୋଗୀଙ୍କ ସ୍ୱାମୀ ଉତକ୍ଷିପ୍ତ ହୋଇ ଆଇନର ସହାୟତା ନେବେ ବୋଲି କହିଛନ୍ତି ।

ତାଙ୍କ ନାମ ରେ ମିଥ୍ୟା ପୋଷ୍ଟର ଲାଗିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ଚର୍ଚ୍ଚା ବଢିବା ପରେ ପୋଷ୍ଟରକୁ ଚିରି ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ । ଏବେ ପ୍ରଶ୍ନ ଉଠୁଛି କାହାକୁ ଖୁସି କରିବାକୁ ଏଭଳି ଏକ ଭୁଲ ବିଜ୍ଞାପନ ସଚିବଙ୍କ ଗସ୍ତ ବେଳେ ଲାଗିଥିଲା ।