ବିଲାତି ଦର ଆକାଶଛୁଆଁ : ବାହାଘରରେ ନବ ଦମ୍ପତିଙ୍କୁ ବିଲାତି ଉପହାର ଦେଲେ ଶୁଭେଚ୍ଛୁକ

226

କନକ ବ୍ୟୁରୋ : ବିଲାତି ଦର ଆକାଶଛୁଆଁ । ବାହାଘରରେ ନବ ଦମ୍ପତିଙ୍କୁ ବିଲାତି ଉପହାର ଦେଲେ ଶୁଭେଚ୍ଛୁକ । ବିଲାତିର ଏବେ ବଜାର ଦର କିଲୋ ପ୍ରତି ୨୦୦ ଟଙ୍କା ପାଖାପାଖି ଥିଲା । ଏବେ ଏହା ୧୩୦ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି । ଏପରି ସମୟରେ ପ୍ରୀତିଭୋଜନ ଦିନ ନବଦମ୍ପତିଙ୍କୁ କିଛି ବନ୍ଧୁ ବିଲତି ଉପହାର ଦେଇଛନ୍ତି ।

ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଆରବନ୍ଧ ପଞ୍ଚାୟତ ଉପରଡ଼ିହା ଗ୍ରାମର । ଗତ ୯ ତାରିଖ ଦିନ ଗ୍ରାମର ଅନ୍ତର୍ଯ୍ୟାମୀ ଦନାକଙ୍କ ବଡ଼ପୁଅ ହୃଷିକେଶ ଦନାକ ବିବାହ କରିଥିଲେ । ଗତକାଲି ତାଙ୍କର ପ୍ରୀତିଭୋଜନ ଥିଲା । ତେବେ ଭୋଜିକୁ ଆସିଥିବା ଅନ୍ତର୍ଯ୍ୟାମୀଙ୍କ କିଛି ବନ୍ଧୁ ନବଦମ୍ପତିଙ୍କୁ ବଜାରର ସବୁଠାରୁ ଦାମିକା ପରିବା ‘ବିଲାତି’ ୫ କିଲୋ ଉପହାର ଦେଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦର ଅହେତୁକ ବଢ଼ିଥିବା ବେଳେ ବିଲାତି ଉପହାର ଦେବା ସରକାରୀ ବ୍ୟବସ୍ଥା ପ୍ରତି ଏକ ଉପହାସ ନିଶ୍ଚୟ ।