ଛାତ୍ରକୁ ମାଡ ମାରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ : କଙ୍କଡାହାଡ ସ୍କୁଲର ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ନିଲମ୍ବିତ

408

କନକ ବ୍ୟୁରୋ : ଛାତ୍ରକୁ ଶିକ୍ଷୟିତ୍ରୀ ମାଡ ମାରି ହେଲେ ନିଲମ୍ବିତ । କାମାକ୍ଷାନଗର କଙ୍କଡାହାଡ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ନିଲମ୍ବିତ ହୋଇଛନ୍ତି । ପ୍ରାର୍ଥନାସଭା ଚାଲିଥିବା ବେଳେ ଗଣପତି ମହାନ୍ତଙ୍କ ଛାତିକୁ ବିଧା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଛାତ୍ର ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦଣ୍ଡମୁକ୍ତ ଅଞ୍ଚଳରେ ଶିକ୍ଷୟିତ୍ରୀଙ୍କ ଏଭଳି କାରନାମାକୁ ସବୁଆଡୁ ନିନ୍ଦା କରାଯାଇଥିଲା । ସେପଟେ ଅଭିଭାବକ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହାପରେ ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ନିଲମ୍ବିତ ହୋଇଛନ୍ତି । ଜିଲ୍ଲାପାଳ ମଧ୍ୟ ବିଇଓଙ୍କୁ ଏହି ମାମଲାରେ ତଦନ୍ତ କରି ସମୂର୍ଣ୍ଣ ରିପୋର୍ଟ ଦେବାକୁ କହିଛନ୍ତି ।