ଏଥର ବିଳମ୍ବରେ ପହଞ୍ଚିବ ମୌସୁମୀ : ଆକଳନ କଲା ପାଣିପାଗ ବିଭାଗ; ୪ ତାରିଖରେ ଛୁଇଁପାରେ କେରଳ

134

କନକ ବ୍ୟୁରୋ : ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ । ପାଣିପାଗ ବିଭାଗର ଆକଳନ ଅନୁସାରେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତେ, ସାମାନ୍ୟ ବିଳମ୍ବରେ କେରଳ ଛୁଇଁବ । ଚଳିତବର୍ଷ ଏହା ଜୁନ୍ ୪ ତାରିଖରେ କେରଳରେ ପହଞ୍ଚିବା ସମ୍ଭାବନା ।

୨୦୧୮ ଓ ଗତବର୍ଷ ଅର୍ଥାତ ୨୦୨୨ରେ ମେ’ ୨୯ରେ ପହଞ୍ଚିଥିଲା, ସେହିପରି ୨୦୧୯ରେ ଜୁନ୍ ୮, ୨୦୨୦ରେ ଜୁନ୍ ୧ ଓ ୨୦୨୧ରେ ଜୁନ୍ ୩ରେ ପହଞ୍ଚିଥିଲା । ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅହସ୍ୟ ଗୁଳୁଗୁଳି ସହ ତାପମାତ୍ରା ପାଇଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଏହାରି ଭିତରେ କିଛି କିଛି ସ୍ଥାନରେ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା । ପାଣିପାଗ ବିଭାଗ କହିଛି ଯେ, ଆହୁରି ୪ ଦିନ ରାଜ୍ୟରେ ତାତି ଲାଗି ରହିବ । ତେବେ ଗୁଳୁଗୁଳି କମିବ ।