ମେଦିନାପୁରରେ ବଡ଼ଧରଣର ବିସ୍ଫୋରଣ : ୧୨ ମୃତ, ୨୦ ଆହତ; ବିସ୍ଫୋରଣରେ ଉଡ଼ିଗଲା ବାଣ କାରଖାନାର ଛାତ

227

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବଡ଼ଧରଣର ବାଣ ବିସ୍ଫୋରଣ । ମେଦିନୀପୁର ଜିଲ୍ଲାର ଏଗ୍ରାରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କାରଖାନା ଚାଲୁଥିବା ଘର ଭୁଷୁ ଡ଼ିପଡ଼ିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତ ମାସରେ ଏହି କାରଖାନା ଉପରେ ଚଢ଼ାଉ କରାଯାଇ ଏହାର ମାଲିକଙ୍କ ବିରୋଧରେ ଗ୍ରହଣ କରାଯାଇଥିଲା । ତେବେ କାର୍ଯ୍ୟାନୁଷ୍ଠାନ ସତ୍ୱେ ପୁଣି ଏଠାରେ କେମିତି ବାଣ ତିଆରି କରାଯାଉଥିଲା, ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି ।