ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍

19

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ୫-ଟି ସଚିବ । ଗୁରୁବାର ୫-ଟି ସଚିବ ପୁରୀ ଗସ୍ତରେ ଆସି ପ୍ରକଳ୍ପ କାମ ବୁଲି ଦେଖିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସନ୍ଧ୍ୟା ୬ଟାରେ ପୁରୀରେ ପହଞ୍ଚି ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ ସିଂହଦ୍ୱାରରୁ ଚାଲି ଚାଲି ଦକ୍ଷିଣ ଦ୍ୱାରକୁ ଯାଇଥିଲେ । ସେଠାରେ ଚାଲିଥିବା ପ୍ରକଳ୍ପ କାମ ବୁଲି ଦେଖିଥିଲେ । ପରେ ପଶ୍ଚିମ ଦ୍ୱାର ଏବଂ ଉତ୍ତର ଦ୍ୱାର ପାର୍ଶ୍ୱରେ କାମ ଦେଖିବା ସହ ଉନ୍ନତମାନର କାମ ହେଉଛି କି ନାହିଁ ତାହାର ତଦାରଖ କରିଥିଲେ । ଏହି ଅନୁଧ୍ୟାନ ବେଳେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଓବିସିସି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।