ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ: ଗାଜାର ସଙ୍ଗୀନ ସ୍ଥିତି କଥା କହି ଭାବବିହ୍ୱଳ ହେଲେ ହୁ ମୁଖ୍ୟ

84

କନକ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ କଥା କହୁ କହୁ ଭାବବିହ୍ୱଳ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ଟେଡ୍ରୋସ ଆଧାନୋମ । ଯୁଦ୍ଧ କାରଣରୁ ଗାଜାର ଖରାପ ସ୍ଥିତିରେ ରହିଛି ଓ ଆଖି ଆଗରେ ଶହ ଶହ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି । ଏହି ଘଟଣା ବେଶ ସମ୍ବେଦନଶୀଳ ଓ ହୃଦୟବିଦାରକ କହି ଭାବବିହ୍ୱଳ ହୋଇପଡିଥିଲେ ହୁ ମୁଖ୍ୟ । ଏଥିସହ କହିଛନ୍ତି କୌଣସି ସମସ୍ୟାର ସମାଧାନ ଯୁଦ୍ଧ ନୁହେଁ । ଆଲୋଚନା ଜରିଆରେ ସମାଧାନ କରିବା ସମ୍ଭବ । ଏଥିସହ ଯୁଦ୍ଧ ବିରତି ପାଇଁ ଅପିଲ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୩ମାସ ହେବ ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଚାଲିଛି ଯୁଦ୍ଧ ।