ନନ୍ଦନକାନନରେ ଧୁମଧାମରେ ପାଳିତ ହେଲା ବିଶ୍ୱ ହସ୍ତୀ ଦିବସ । ହାତୀ ମାନଙ୍କୁ ଫଳ ଖୁଆଯିବା ସହିତ ମାହୁନ୍ତଙ୍କୁ କରାଗଲା ପୁରସ୍କୃତ ।

79

କନକ ବ୍ୟୁରୋ: ନନ୍ଦନକାନନରେ ବେଶ ଧୁମଧାମରେ ପାଳିତ ହୋଇଛି ବିଶ୍ୱ ହସ୍ତୀ ଦିବସ । ହାତୀ ଓ ମଣିଷ ଭିତରେ ସୁସମ୍ପର୍କ ସ୍ଥାପନା ସହ ହାତୀବଂଶକୁ ସୁରକ୍ଷା ପାଇଁ ଦିଆଯାଇଛି ବାର୍ତ୍ତା । ନନ୍ଦନକାନନ ଉପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି ଉତ୍ସବରେ ହାତୀ ମାନଙ୍କୁ ବିଭିନ୍ନ ପ୍ରକାରର ଫଳ ମୂଳ ଖୁଆଯିବା ସହିତ ମାହୁନ୍ତ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ନନ୍ଦନକାନନର ଆୟୋଜିତ ଏହି ହସ୍ତୀ ଦିବସରେ ଦସ୍ତଖତ ଅଭିଯାନରୁ ନେଇ କୁଇଜ୍ , ଚିତ୍ରାଙ୍କନ ପ୍ରତିଯୋଗିତା ପାଳନ କରାଯାଇଛି । ଓଡ଼ିଶାରେ ଲଗାତର ଭାବେ ହାତୀ ଶିକାର କରାଯାଉଛି । ହାତୀ ମୃତ୍ୟୁ ରୋକିବା ସହିତ ଶିକାର ଉପରେ ସରକାର ରୋକ୍ ଲଗାଉଥିବା କହିଛନ୍ତି ବନ ସଂରକ୍ଷକ ।