ହ୍ୱାଇଟ ହାଉସ ଛାଡିବା ବେଳେ କଣ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ, ଏବେ ସେହି ଦସ୍ତାବିଜ ଖୋଜିବାକୁ ଯାଂଚ ଏଜେନ୍ସି କରୁଛି ଚଢାଉ

100

କନକ ବ୍ୟୁରୋ : ଆମେରିକାର ଯାଂଚ ଏଜେନ୍ସି ଏଫବିଆଇ ଦେଶର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାସଭବନରେ ଚଢାଉ କରିଛି । କୁହାଯାଉଛି କି ଯାଂଚ ଏଜେନ୍ସି ପରମାଣୁ ଅସ୍ତ୍ରର କିଛି ସିକ୍ରେଟ ଦସ୍ତାବିଜ ଖୋଜିବାକୁ ଟ୍ରମ୍ପଙ୍କ ବାସଭବନରେ ଏଭଳି ଚଢାଉ କରିଛି । ଅନ୍ୟପଟେ ଅଭିଯୋଗ ବି ରହିଛି ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ବେଳେ ସାଥିରେ ପରମାଣୁ ଅସ୍ତ୍ରର କିଛି ଗୁପ୍ତ ଦସ୍ତାବିଜକୁ ଟ୍ରମ୍ପ ନିଜ ସାଥିରେ ନେଇଯାଇଛନ୍ତି । ଅନ୍ୟପଟେ ଯାଂଚ ବେଳେ ଏଜେନ୍ସିକୁ ଟ୍ରମ୍ପଙ୍କ ବାସଭବନରୁ ୧୨ ଟି ବାକ୍ସରେ ଥିବା କିଛି ଗୁପ୍ତ ଦସ୍ତାବିଜ ମିଳିଛି ।

ଟ୍ରମ୍ପ ପରମାଣୁ ଅସ୍ତ୍ରର ଗୁପ୍ତ ଦସ୍ତାବିଜ ଚୋରାଇଥିବା ନେଇ ଏହା ପ୍ରଥମେ ସନ୍ଦେହ କରାଯାଉ ନାହିଁ । ଏହା ପୂର୍ବରୁ ଏକ ପୁସ୍ତକରେ ମଧ୍ୟ କିଛି ଚମକାଇ ଦେବା ଭଳି ତଥ୍ୟ ପ୍ରକାଶ ପାଇଥିଲା । ଏହି ପୁସ୍ତକ ମୁତାବକ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ହିଂସା ହୋଇଥିଲା । ନିର୍ବାଚନ ଫଳାଫଳ ଆସିବା ପରେ ଟ୍ରମ୍ପ ବିବ୍ରତ ହୋଇପଡିଥିଲେ । ଆମେରିକାର ସଂଯୁକ୍ତ କର୍ମଚାରୀ ମୁଖ୍ୟ ଜେନେରାଲ ମାର୍କ ମିଲ ଆଶଂକା କରିଥିଲେ ଟ୍ରମ୍ପ ପରମାଣୁ ଆକ୍ରମଣ ସହ ଆହୁରି ବିପଦପୂର୍ଣ୍ଣ ପଦକ୍ଷେପ ନେଇ ପାରିନ୍ତି । ଏହାପରେ ଜେନେରାଲ ମିଲ ଜାନୁଆରୀ ୬ ତାରିଖରେ ହୋଇଥିବା ଦଙ୍ଗାର ଠିକ ୨ ଦିନ ପରେ ଟ୍ରମ୍ପ ପାଖରେ ଥିବା ସୈନ୍ୟ ଆକ୍ରମଣ ଅଧିକାରକୁ ସୀମିତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ୱାସିଂଟନ ପୋଷ୍ଟର ପତ୍ରକାର ବଣ୍ଡ ବୁଡବର୍ଡ ଓ ରବର୍ଟ କୋଷ୍ଟଙ୍କ ଦ୍ୱାରା ଲିଖିତ ପୁସ୍ତକ ପେରିଲରେ କହିଛନ୍ତି କି ଜେନେରଲ ମିଲ୍ ହିଂସାକୁ ନେଇ ବିବ୍ରତ ଥିଲେ । ସେ ଜାଣିଥିଲେ କି ନିର୍ବାଚନରେ ପରାଜିତ ହେବା ପରେ ଟ୍ରମ୍ପଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ଏହି କାରଣରୁ ସେ ସୈନ୍ୟ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି । ଏହାକୁ ନଜରରେ ରଖି ସେ ଟ୍ରମ୍ପଙ୍କ ନିକଟରେ ଥିବା ସୈନ୍ୟ ଆକ୍ରମଣ ନିର୍ଦ୍ଦେଶର କ୍ଷମତା ବା ଅଧିକାରକୁ ସୀମିତ କରିଦେଇଥିଲେ ।