ବୈପାରିଗୁଡ଼ା ବଡ଼ପଡ଼ାରେ ମଦ ବିରୋଧରେ ତାତିଲେ ମହିଳା: ଚୋରା ମଦ ବିକ୍ରିକୁ ବିରୋଧ କରିବା ସହ ମଦ ଭାଟି ଭାଙ୍ଗିଲେ

86

କନକ ବ୍ୟୁରୋ: ମଦ ବିରୋଧରେ ତାତିଲେ ମହିଳା । ଚୋରା ମଦ ବିକ୍ରିକୁ ବିରୋଧ କରିବା ସହିତ ମଦଭାଟି ଭାଙ୍ଗିଲେ ଏସଏଚଜି ମହିଳା । ବୈପାରିଗୁଡ଼ା ବ୍ଲକ ବଡ଼ପଡ଼ା ଗାଁର ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏକାଠି ହୋଇ ମଦ ବିରୋଧରେ ଲଢ଼େଇ କରିଛନ୍ତି । ମଦ ବିରୋଧି ଆନ୍ଦୋଳନ କରିବା ସହ ମଦଭାଟି ଉପରେ ଚଢ଼ଉ କରିଛନ୍ତି । ବଡ଼ପଡ଼ା ଗାଁର ଏକ ସାହିରେ ପ୍ରତ୍ୟେକ ଘରେ ଚୋରା ମଦ ଖୁଲମଖୁଲା ଭାବେ ବିକ୍ରି କରାଯାଉଥିବା ବେଳେ ଅନେକ ମଦ ପିଇ ବିଶୃଂଖଳା ସୃଷ୍ଟି କରିବା ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି । ବର୍ଷକ ଭିତରେ ୪୦ ବର୍ଷରୁ କମ୍ ବୟସର ୮ ଜଣ ଲୋକ ମଦ ପିଇ ଅକାଳରେ ମୃତ୍ୟୁବରଣ କରିବା ଫଳରେ ସେମାନଙ୍କ ସଂସାର ଉଜୁଡ଼ିଯାଉଛି । ଏନେଇ ବାରମ୍ବାର ଦାବି ପରେ ବି କିଛି ପଦକ୍ଷେପ ନିଆନଯିବାରୁ ଏସଏଚଜି ମହିଳା ମାନେ ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଙ୍ଗଲ ଭିତରେ ୭ଟି ଜାଗାରେ ଚୋରାରେ ମଦ ରନ୍ଧା ଯାଉଥିବାରୁ ସେଠାରେ ପହଂଚି ମଦ ଓ ପୋଚ ନଷ୍ଟ କରିଛନ୍ତି ମହିଳା । ଏଥିସହ ତିନୋଟି ମଦ ଭାଟି ଭାଙ୍ଗିଛନ୍ତି ।