କେନ୍ଦ୍ରାପଡା ମହାକାଳପଡାରେ ମଦ ବିରୋଧରେ ମାତିଲେ ମହିଳା । ହାତରେ ଠେଙ୍ଗା ଧରି ଭାଙ୍ଗିଲେ ୧୮ଟି ଦେଶୀ ମଦ ଭାଟି ।

76

କନକ ବ୍ୟୁରୋ:  ବେଆଇନ୍ ମଦ ଭାଟି ଭାଙ୍ଗିଲେ ମହିଳା । ମହିଳାମାନେ ଏକାଠି ହୋଇ ଚୋରା ଓ ବେଆଇନ୍ ମଦ କାରବାରକୁ ବିରୋଧ କରିଛନ୍ତି । ଘରେ ଘରେ ବେଆଇନ୍ ଭାବେ ମଦ ବିକ୍ରି କରାଯାଉଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତରେ ଦୀର୍ଘଦିନ ହେଲା ବେଆଇନ୍ ମଦ କାରବାର ଚାଲି୍ଥିଲା । ଘରର ପୁରୁଷ ଲୋକମାନେ ମଦ୍ୟପାନ କରି ପରିବାରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । କାହା ସ୍ୱାମୀ ମଦ ପିଇ ଘରେ ମାର ପିଟି କରୁଛନ୍ତି ତ ଆଉ କାହାର ପୁଅ ମଦ ପିଇ ଗଣ୍ଡଗୋଳ କରୁଛି । ତେଣୁ ମହିଳାମାନେ ଜାଣିଶୁଣି ଆଇନ୍କୁ ହାତକୁ ନେଇଛନ୍ତି । ବେଆଇନ୍ ମଦ ଭାଟିରେ ଭଙ୍ଗାରୁଜା କରିଛନ୍ତି ।

ମଦ କାରବାର ବିରୋଧରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି  ହୋଇଛନ୍ତି । ହାତରେ ଠେଙ୍ଗା ବାଡ଼ି ଧରି ୧୮ଟି ମଦ ଭାଟି ଭାଙ୍ଗି ଦେଇଛନ୍ତି । ମଦ କାରବାର ଉପରେ ରୋକ ଲଗାଇବାକୁ ଘର ଘର ବୁଲି ସଚେତନ କରାଇବା ସହ ମଦ ଭାଟି ଉଚ୍ଛେଦ ପାଇଁ ଦାବି କରିଛନ୍ତି ।