ଶିମିଳିପାଳ ଅଭୟାରଣ୍ୟରେ ଅଘଟଣ। ବାଘ ଗଣୁ ଗଣୁ ହାତୀ ଆକ୍ରମଣର ଶିକାର ହେଲେ ଫରେଷ୍ଟର। 

73

କନକ ବ୍ୟୁରୋ:  ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ସମୟରେ ପୁଣି ଅଘଟଣ । ଗତକାଲି ସନ୍ଧ୍ୟାରେ ବାଘ ଗଣନା ସମୟରେ ହାତୀ ଆକ୍ରମଣରେ ତରୁଣ ଦାସ ନାମକ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଚହଲା ରେଞ୍ଜ ଅଞ୍ଚଳରେ ବାଘ ଗଣନା କରି ଫେରିବା ସମୟରେ ହଳଦିଆ ସେକ୍ସନ ନିକଟରେ ହାତୀପଲଙ୍କ ହାବୁଡ଼ରେ ପଡ଼ିଥିଲେ ଫରେଷ୍ଟର ତରୁଣ ।

ହାତୀ ଆକ୍ରମଣରେ ତାଙ୍କ ଗୋଡ଼ ଭାଙ୍ଗିବା ସହ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଯଶୀପୁର ମେଡ଼ିକାଲ ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ବୋଲି ଶିମିଳିପାଳ ଉତର ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ୍ୟ ସଂରକ୍ଷକ ପ୍ରଦୀପ କୁମାର ଦେ ସୂଚନା ଦେଇଛନ୍ତି । ଦୁଇଦିନ ତଳେ ବାଘ ଗଣନା ସମୟରେ ଭାଲୁ ଆକ୍ରମଣରେ ଦୁଇଜଣ ଆହତ ହୋଇଥିଲେ ।