ଛାଡପତ୍ର ପରେ ଖୁସିରେ ନାଚିଲେ ମହିଳା । ଭାଇରାଲ ହେଉଛି ଏହି ମୁହୂର୍ତ୍ତର ଫଟୋ ସୁଟ୍

426

କନକ ବ୍ୟୁରୋ: ସାଲିନୀ ଜଣେ କଳାକାର ଓ ଫ୍ୟାସନ ଡିଜାଇନର ମଧ୍ୟ । ସେ କିଛି ବର୍ଷ ପୂର୍ବରୁ ବିବାହ କରିଥିଲେ । କିଛି ଦିନ ଖୁସିରେ କଟିବା ପରେ ଆରମ୍ଭ ହୋଇଯାଇଥିଲା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ । ସବୁବେଳେ ସାଲିନୀଙ୍କୁ ହିଁ ସାଲିସ୍ କରିବାକୁ ପଡୁଥିଲା । ବାଧ୍ୟହୋଇ ଛାଡପତ୍ର ପାଇଁ ଆବେଦନ କଲେ ସାଲିନୀ । ଶେଷରେ ତାଙ୍କୁ ସ୍ୱାମୀଙ୍କଠାରୁ ଛାଡପତ୍ର ମିଳିଥିଲା । ଯେଉଁଦିନ ତାଙ୍କୁ ଛାଡପତ୍ର ମିଳିଲା ସେ ଖୁସିରେ ନାଚି ଉଠିଥିଲେ । ଏହି ଦିନର ଖୁସିକୁ ମନେ ରଖିବା ପାଇଁ ଏବଂ ସ୍ୱାମୀ ଓ ଶାଶୁଘର ଦ୍ୱାରା ନିର୍ଯ୍ୟାତିତ ହୋଇ ମଧ୍ୟ ସ୍ୱର ଉଠାଇ ପାରୁନଥିବା ମହିଳାଙ୍କ ଉଦ୍ଦେଶ୍ୟ ଇନଷ୍ଟାରେ ନିଜର ଏକ ବାର୍ତ୍ତାକୁ ପୋଷ୍ଟ ମଧ୍ୟ କରିଛନ୍ତି । ଏହାକୁ ବେଶ ପ୍ରସନ୍ଦ କରିଛନ୍ତି ନେଟିଜେନ୍ସ ।

ଛାଡପତ୍ର ପାଇବା ଖୁସିର ମୁହୂର୍ତ୍ତକୁ ଫଟୋ ସୁଟରେ କଏଦ କରି ରଖିବାକୁ ଚାହିଁଛନ୍ତି ସାଲିନୀ । ଏଥିରେ ସେ ଏକ ରେଡ୍ କଲରର ଗାଉନରେ ନଜର ଆସିବା ସହ ଏକ ତାଙ୍କ ନିଜର ଓ ପୂର୍ବ ସ୍ୱାମୀ ଥିବା ଫଟୋକୁ ଚିରୁଥିବା ଦେଖିବାକୁ ମିିଳିଛନ୍ତି । ଏହି ଦିନଟିକୁ ଜନ୍ମଦିନ ପରି ବେଶ୍ ଧୁମଧାମରେ ପାଳନ କରିଛନ୍ତି ।

ଇନଷ୍ଟାର ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, “ଯେଉଁମାନେ ସ୍ୱର ଉଠାଇପାରୁନାହାଁନ୍ତି ସେମାନଙ୍କୁ ସେ ବାର୍ତ୍ତା ଦେବାକୁ ଚାହାଁନ୍ତି । ଖରାପ ବିବାହ ମୁକ୍ତ ହୋଇଯାଇ ବରଂ ନିଜେ ଖୁସିରେ ରହିବା ଉଚିତ । ନିଜେ ନିଜ ଜୀବନକୁ ନିୟନ୍ତ୍ରଣ କରନ୍ତୁ ଏବଂ ନିଜ ପାଇଁ ଏବଂ ଆପଣଙ୍କ ପିଲାମାନଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଆବଶ୍ୟକ ପରିବର୍ତ୍ତନ କରନ୍ତୁ । ଛାଡ଼ପତ୍ର ଏକ ବିଫଳତା ନୁହେଁ !!! ଏହା ଆପଣଙ୍କ ପାଇଁ ଏକ ଟର୍ଣ୍ଣିଂପଏଣ୍ଟ ଏବଂ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ । ଏକୁଟିଆ ଠିଆ ହେବାକୁ ବହୁତ ସାହସ ଦରକାର ତେଣୁ ମୋର ସମସ୍ତ ସାହସୀ ମହିଳାଙ୍କୁ ମୁଁ ଏହି ବାର୍ତ୍ତାକୁ ସମର୍ପିତ କରୁଛି ।

ସାଲିନୀଙ୍କ ଏହି ପୋ୍େଟକୁ କିଛି ୟୁଜର ସମର୍ଥନ କରିବାବେଳେ ଅନେକ ଏହାକୁ ଗ୍ରହଣ କରିପାରିନାହାଁନ୍ତି । ଛାଡପତ୍ର ଭଳି ଏକ ଘଟଣାକୁ ସେଲିବ୍ରେଟ୍ କରିବା ଉଚିତ ନୁହେଁ କାରଣ ଏହା ସମାଜକୁ ନକାରାତ୍ମକ ବାର୍ତ୍ତା ଦେବ । ତେଣୁ ଏପରି ପୋଷ୍ଟକୁ ଡିଲିଟ କରିବାକୁ ଅନୁରୋଧ କରିଛନ୍ତି ।