ଘରୋଇ ସ୍କୁଲରେ ମଦବେପାର । ରାଉରକେଲା ନୂଆଗାଁ ରେ ଥିବା ଘରୋଇ ବିଦ୍ୟାଳୟରେ ଚାଲିଥିଲା ମଦ କାରଖାନା

152

କନକ ବ୍ୟୁରୋ: ଶିକ୍ଷାକ୍ଷେତ୍ରରେ ବେଆଇନ୍ କାମ । ପଦାରେ ପଡିଲା ନକଲି ମଦ ବେପାରର କଳା କାରନାମା । ବିଦ୍ୟାଳୟରେ ରୀତିମତ ଭାବେ ଚାଲିଥିଲା ମଦ ତିଆରି । ପ୍ରାୟ ଦେଢ ବର୍ଷରୁ ଅଧିକ ଦିନ ହେଲା ବିଦ୍ୟାଳୟରେ ଚାଲିଥିଲା ନକଲି ମଦ କାରଖାନା । ରାଉରକେଲା ନୂଆଗାଁ ବ୍ଲକ ଫୁଲଝରି ଅଞ୍ଚଳରେ ଝାଡଖଣ୍ଡରୁ ଆସୁଥିଲା ଶସ୍ତା ମଦ ଓ ଅନ୍ୟାନ ସାମଗ୍ରୀ । ଏଠାରେ ବିଭିନ୍ନ ବ୍ରାଣ୍ଡର ଠିପି ସହ ବୋତଲ, ଷ୍ଟିକରର ବ୍ୟବହାର କରାଯାଉଥିଲା । ଘଟଣା ପଦାରେ ପଡିବା ପରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱ୍ାର୍ଡ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଦୁଇ ଜଣଙ୍କୁ ଗିରଫ କରଯାଇଥିବା ବେଳେ ୧ହଜାର ଲିଟର ମଦ , ଷ୍ଟିକର ସହ ବୋତଲ ଆଦି ଜବତ କରାଯାଇଛି ।