ମୁଣ୍ଡ ବିନ୍ଧାର ଚିକିତ୍ସା କରିବାକୁ ଆସି ହରାଇଲେ ଜୀବନ । ନକଲି ଡାକ୍ତର ଭୁଲ୍ ଇଞ୍ଜେକ୍ସନ୍ ଦେବା ଯୋଗୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । 

380

କନକ ବ୍ୟୁରୋ: ପୁଣି ଜଣେ ନକଲି ଡାକ୍ତର ଯୋଗୁ ରୋଗୀର ମୃତ୍ୟୁ । ରାୟଗଡା ସାନଚାନ୍ଦିଲି ଗାଁର ଜଣେ ଯୁବକ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ନିକଟରେ ଥିବା ଏକ କ୍ଲିନିକ ଯାଇଥିଲେ । ହେଲେ ସେଠାରେ ଥିବା ଜଣେ କ୍ୱାକ୍ ତାଙ୍କୁ ଭୁଲ୍ ଇଞ୍ଜେକ୍ସନ୍ ସହ ଭୁଲ୍ ମେଡିସିନ୍ ବି ଦେଇଦେଇଥିଲେ । ଯୁବକ ଜଣକ ଘରକୁ ଫେରିବାର ୧୦ ମିନିଟ୍ ଭିତର ତାଙ୍କର ବାନ୍ତି ହେବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । । ତା ପରେ ପରେ ତାଙ୍କର  ମୃତ୍ୟୁ ହୋଇଯାଇଥିଲା  । ସମସ୍ତ ଘଟଣା ନେଇ ଥାନାରେ ଏତଲା ଦେଲେ ପରିବାର ଲୋକେ । ସେପଟେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ଦୀର୍ଘ ବର୍ଷ ହେଲା ନକଲି କ୍ଲିନିକ୍ ସହ ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁ ଅନେକ ରୋଗୀଙ୍କ ପ୍ରାଣହାନି ଘଟୁଛି । ଯାହାଫଳରେ ଏହା ଉପରେ ଗୁରୁତ୍ୱ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।