ଜଙ୍ଗଲରେ ଅସୁସ୍ଥ ହୋଇପଡିଛି ବଣୁଆ ହାତୀ: ହାତୀର ଚିକିତ୍ସା କରୁଛନ୍ତି ଓୟୁଏଟିର ଡାକ୍ତିରୀ ଟିମ୍

77

କନକ ବ୍ୟୁରୋ: ଅସୁସ୍ଥ ହୋଇପଡିଛି ହାତୀ । ଚିକିତ୍ସାରେ ଲାଗିଛନ୍ତି ଓୟୁଏଟିର ଡାକ୍ତେରୀ ଟିମ୍ । ସମ୍ବଲପୁର ପଡିଆବାହାଲ ରେଞ୍ଜ ମୁର୍ଗାବାରି ଜଙ୍ଗଲରେ ଆହତ ଅବସ୍ଥାରେ ବୁଲୁଥିବା ହାତୀର ଚିକିତ୍ସା ଜାରି ରହିଛି । ଧିରେ ଧିରେ ହାତୀଟି ସୁସ୍ଥ ହେଉଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଡାକ୍ତରଙ୍କ ଗହଣରେ ଠିଆ ହୋଇଥିବା ଏହି ହାତୀଟି ଏଇ କିଛି ଦିନ ହେବ ଅସୁସ୍ଥ ହୋଇପଡିଛି । ୨୦ ବର୍ଷିୟ ହାତୀର ଗୋଡରେ ଗଭୀର ଆଘାତ ଲାଗିଛି । ଗୋଡରେ କ୍ଷତ ହୋଇଥିବାରୁ ହାତୀଟି ଆହତ ଅବସ୍ଥାରେ ଜଙ୍ଗଲରେ ଘୁରି ବୁଲୁଥିଲା । ହାତୀର ଚିକିତ୍ସା ପାଇଁ ସମ୍ବଲପୁରରେ ପହଂଚିଛନ୍ତି ଭୁବନେଶ୍ୱର ଓୟୁଏଟିର ୬ ଜଣିଆ ଡାକ୍ତରୀ ଦଳ । ଏବଂ ଏହି ଚିକିତ୍ସା ପ୍ରକ୍ରିୟାରେ ସ୍ଥାନୀୟ ଅଂଚଳ ୩ ଜଣ ପଶୁ ଚିକିତ୍ସକଙ୍କ ସହଯୋଗ କରୁଛନ୍ତି । ଓୟୁଏଟିର ପଶୁ ଚିକିତ୍ସକମାନେ ସମ୍ବଲପୁରରେ ପହଂଚିବା ପରେ ଜଙ୍ଗଲ ଭିତରେ ହାତୀକୁ ଠାବ କରିଥିଲେ ବନ ବିଭାଗ କର୍ମଚାରୀ । ଏହାପରେ ତାର ଚିକିତ୍ସା ଆରମ୍ଭ ହୋଇଛି ।