ଗତଥରର ପରାଜୟର କାରଣରୁ ଏଥର ଖୋଜା ଚାଲିଛି ବିଜୟର ବାଟ: କାହିଁକି ପୁରୀ ବିଧାନସଭା ହାରିଥିଲା ବିଜେଡି, ସଭାରେ କାରଣ କହିଲେ ପୁରୀ ଜିଲ୍ଲା ସଭାପତି

306

କନକ ବ୍ୟୁରୋ: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଖୋଦ୍ ଜିଲ୍ଲା ବିଜେଡି ସଭାପତି ପରାଜୟର କାରଣ କହିଛନ୍ତି । ଜିଲ୍ଲା ସଭାପତି ଦିବାକର ପାତ୍ର ସୂଚନା ଦେଇଛନ୍ତି ଯେ, ଗତଥର ପୁରୀ ସଦରରେ ସାଂସଦ ପ୍ରାର୍ଥୀଙ୍କୁ ୯ ହଜାର ଅଧିକ ଭୋଟ୍ ମିଳିଥିଲା । ହେଲେ ପୁରୀ ସହରରୁ ୧୩ ହଜାର ଭୋଟ କମ୍ ମିଳିଥିଲା । ସେହିପରି ବିଧାୟକ ପ୍ରାର୍ଥୀଙ୍କୁ ସଦରରୁ ୨ ହଜାର ଓ ସାଂସଦ ପ୍ରାର୍ଥୀଙ୍କୁ ପୁରୀ ସହରରୁ ୨୪ ହଜାର ଭୋଟ କମ୍ ମିଳିଥିଲା । ଯେଉଁକାରଣରୁ ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ହାରିଥିବା ସୂଚନା ଦେଇଛନ୍ତି ଦିବାକର ପାତ୍ର । ସେପଟେ ଆଗାମୀ ନିର୍ବାଚନରେ ବିଜେଡି କିପରି ଉଭୟ ବିଧାନସଭା ଓ ଲୋକସଭା ଆସନ ଜିତିବ, ସେ ନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । ଆଉ ଏହାର ମଙ୍ଗ ଧରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ । ଉଭୟ ପୁରୀ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ସଂକଳ୍ପ କରିଛନ୍ତି ଯୁବ ଓ ଛାତ୍ର ବିଜେଡି ନେତା । ଏହାସହ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ ପୁରୀରେ ଖାତା ଖୋଲିବାକୁ ଦିଆଯିବନାହିଁ ବୋଲି ସଂକଳ୍ପ ନିଆଯାଇଛି ।