ବିଜେଡି ଛାଡିଲେ ଗୟାଧର ପରିଡା: ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

1,786

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡାପଡାର ବରିଷ୍ଠ ବିଜେଡି ନେତା ଗୟାଧର ପରିଡା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ଗୟାଧର ପରିଡା । ଖଣ୍ଡପଡା ବିଧାନସଭା ଟିକେଟ୍ ପାଇଁ ଆଶାୟୀ ଥିଲେ ଗୟାଧର । କିନ୍ତୁ ଦଳ ଆଜି ସରପ୍ରାଇଜ କ୍ୟାଣ୍ଡିଡେଟ ଭାବେ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ଏଥିରେ ଅସନ୍ତୁଷ୍ଟ ହୋଇ ଗୟାଧର ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ୧୯୯୭ ମସିହାରେ ଦଳ ପାଇଁ ସେ ଉତ୍ସର୍ଗୀକୃତ କର୍ମୀ ଭାବେ କାମ କରି ଆସୁଥିଲେ । ହେଲେ ଦଳ ତାଙ୍କୁ କ୍ରମାଗତ ଅଣଦେଖା ଓ ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି । ତେଣୁ ଖଣ୍ଡପଡା ମାଟିର ପୁଅ ଭାବେ ମାଟିର ସୁଖ ଦୁଃଖ ସହ ଜଡିତ ହେବା ପାଇଁ ତଥା ଶୁଭେଚ୍ଛୁଙ୍କ ପରାମର୍ଶ କ୍ରମେ ବିଜେଡି ଛାଡିଥିବା ଇସ୍ତଫାପତ୍ରରେ ଲେଖିଛନ୍ତି ।