୪୨ ଡିଗ୍ରୀ ତାପମାତ୍ରାରେ ବି ଜମୁଛି ନିର୍ବାଚନୀ ପ୍ରଚାର: ସମ୍ବଲପୁରରେ ବିଜେଡି-ବିଜେପିର ଜୋରଦାର ପ୍ରଚାର

99

କନକ ବ୍ୟୁରୋ: ସମ୍ବଲପୁରରେ ଚାଲିଛି ହାଇଭୋଲଟେଜ ଲଢ଼େଇ । ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ମଇଦାନରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆସନ ହାତେଇବା ପାଇଁ ଉଭୟ ନେତା ଜୋରଦାର ପ୍ରଚାର କରୁଛନ୍ତି । ଲୋକଙ୍କ ନିକଟତର ହୋଇ ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି ଦୁଇ ନେତା । ସମ୍ବଲପୁରର ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଲୋକଙ୍କ ଭୋଟ ମାଗିଛନ୍ତି ପ୍ରଣବ ପ୍ରକାଶ ଦାସ । ତାଲବ ଗାଁରେ ସମଲେଶ୍ୱରୀ ମନ୍ଦିରରେ ଠାକୁରାଣୀଙ୍କ ଦର୍ଶନ କରିବା ପରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ସାଙ୍ଗରେ ରହିଥିଲେ ରେଙ୍ଗାଲୀ ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ । ଏହାପରେ ବୀରସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଯାଇ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ କରିବା ପରେ ତାଙ୍କ ଦାୟଦଙ୍କ ସହ ଆଲୋଚନା କରିଛନ୍ତି । ରେଙ୍ଗାଲି ଦୁର୍ଗା ମନ୍ଦିରରେ ଯାଇ ମାଆଙ୍କ ଆଶୀର୍ବାଦ ନେଇଛନ୍ତି ।