ଭାରତରେ ୬,୭,୮, ୯ ରୁ କାହିଁକି ଆରମ୍ଭ ହୋଇଥାଏ ମୋବାଇଲ ନମ୍ବର ? ଜାଣନ୍ତୁ କାରଣ

393

କନକ ବ୍ୟୁରୋ : ମୋବାଇଲ ଏବେ ସମସ୍ତଙ୍କ ପାଇଁ ଏକ ନିତ୍ୟାନ୍ତ ଆବଶ୍ୟକ ବସ୍ତୁ ଭାବେ ପରିଗଣିତ ହୋଇଛି । ଏହା ଏଭଳି ଏକ ବସ୍ତୁ ଯାହା ଦ୍ୱାରା ବିଶ୍ୱର କୌଣସି କୋଣରେ ଥିବା ଲୋକ ଅନ୍ୟ ଲୋକ ସହ ମାତ୍ର କେତେ ସେକେଣ୍ଡରେ କଥା ହୋଇ ପାରୁଛି । ଏହା ବ୍ୟତୀତ ଆଣ୍ଡ୍ରଏଡ ଫୋନ ଆସିବା ପରେ ଏହା କଥାବାର୍ତ୍ତା କରାଇବା ସହ ଇଣ୍ଟରନେଟ ସହଯୋଗରେ ପୁରା କମ୍ପ୍ୟୁଟର ଭଳି କାମ କରୁଛି । ଏହି ମୋବାଇଲଗୁଡିକ ସଂଚାଳିତ ହେବା ପାଇଁ ଏକ ସିମ୍ କାର୍ଡର ଆବାଶ୍ୟକତା ରହିଛି । ସିମ୍ କାର୍ଡକୁ ସକ୍ରିୟ କରିବାକୁ ଆପଣଙ୍କୁ ଏକ ମୋବାଇଲ ନମ୍ବର ମିଳିଥାଏ । ଏହି ନମ୍ବର ମାଧ୍ୟମରେ ଆପଣ ଅନ୍ୟ ଜଣଙ୍କ ସହ ଯୋଗା ଯୋଗ କରିପାରିବେ । ବିଶେଷ କରି ଭାରତୀରେ ଟେଲିକମ ସେବା ଯୋଗାଉଥିବା କମ୍ପାନୀମାନେ ୧୦ ସଂଖ୍ୟା ବିଶିଷ୍ଠ ମୋବାଇଲ ନମ୍ବର ପ୍ରଦାନ କରିଥାନ୍ତି ।

ଆପଣ କେବେ କେବେ ଭାବିଥାନ୍ତି ଯେ ଭାରତରେ ମୋବାଇଲ ନମ୍ବର କାହିଁକି ୧୦ ସଂଖ୍ୟା ବିଶିଷ୍ଠ ଓ ଏହା ବିଶେଷ ଭାବେ ୬, ୭, ୮ , ୯ ରୁ କାହିଁକି ଆରମ୍ଭ ହୋଇଥାଏ । ହେଲେ ଆପଣ ଭାବନ୍ତୁ ତ ଆମର ସଂଖ୍ୟା ଗଣିତର ପ୍ରଥମ ସଂଖ୍ୟା ୦,୧ ରୁ କାହିଁକି ମୋବାଇଲ ନମ୍ବର ଆରମ୍ଭ କରାଯାଇ ନାହିଁ । ଏନେଇ କିଛି କାରଣ ରହିଛି ଯେଉଁଥିପାଇଁ ଦେଶରେ ମୋବାଇଲ ନମ୍ବର ୬ ରୁ ୯ ସଂଖ୍ୟା ମଧ୍ୟରେ ଆରମ୍ଭ ହୋଇଥାଏ ।

୧ ରୁ ଆରମ୍ଭ ହେଉଥିବା ମୋବାଇଲ ନମ୍ବର ବିଶେଷ ଭାବେ ସରକାରୀ ସେବା ସହିତ ଜଡିତ ଥାଏ । ଏହି ସେବା ମଧ୍ୟରେ ପୋଲିସ, ଅଗ୍ନିସମ,ଆମ୍ବୁଲାନ୍ସ, ଆଦି ସାମିଲ । ଏହି କାରଣରୁ ଭାରତରେ ବ୍ୟକ୍ତିଗତ ମୋବାଇଲ ନମ୍ବର ୧ ରୁ ଆରମ୍ଭ କରାଯାଇ ନାହିଁ । ଅନ୍ୟପଟେ ୨,୩, ୪ ଓ ୫ ରୁ ଦେଶରେ ଲ୍ୟାଣ୍ଡ ଲାଇନ ଫୋନ ନମ୍ବର ଆରମ୍ଭ ହୋଇଥାଏ । ଏହି କାରଣରୁ ଏହି ଅଙ୍କର ସଂଖ୍ୟା ବ୍ୟକ୍ତିଗତ ମୋବାଇଲ ନମ୍ବର ଭାବେ ଟେଲିକମ ସେବା ଯୋଗାଉଥିବା କମ୍ପାନୀମାନେ କାହାରିକୁ ଦେଇ ନଥାନ୍ତି ।

ଅନ୍ୟପଟେ ୦ ର ଉପଯୋଗ ଏସଟିଡି କୋଡ ଭାବେ ବ୍ୟବହାର କରାଯାଏ । ଏଣୁ ଏହାର ଉପଯୋଗ ଭାରତୀୟ ମୋବାଇଲ ନମ୍ବରର ଆରମ୍ଭ ସଂଖ୍ୟାରୁ କରାଯାଇ ପାରିନାହିଁ । ଏହି କାରଣରୁ ୦ ରୁ ୫ ପର୍ଯ୍ୟନ୍ତ ସଂଖ୍ୟାକୁ କୌଣସି ଟେଲିକମ ବିଭାଗ ବ୍ୟକ୍ତିଗତ ମୋବାଇଲ ନମ୍ବର ଭାବେ ବ୍ୟବହାର କରିବାକୁ ଦେଇ ନାହିଁ ।