୧୪ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ୮ ସ୍ଥାନୀୟ ସଂକ୍ରମଣ, ୬ ଜଣ ବିଦେଶ ଫେରନ୍ତା  

137

କନକ ବ୍ୟୁରୋ: ୧୪ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ସଂକ୍ରମଣ । ସେହିପରି ୬ ଜଣ ଓମିକ୍ରନ ସଂକ୍ରମିତ ହେଉଛନ୍ତି ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ ଦକ୍ଷିଣ ଆଫ୍ରିକାରୁ ୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନରୱେ, କତାର ଓ ସିଙ୍ଗାପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ତେବେ ଆଜିର ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି । ସେପଟେ ଓମିକ୍ରନ୍ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି ବୋଲି କୁହାଯାଉଛି । ଗତ ୧୨ଦିନ ଭିତରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଯାହାକୁ ନେଇ ରାଜ୍ୟସରକାରଙ୍କ ଚିନ୍ତା ବଢିବାରେ ଲାଗିଛି ।