କାହିଁକି ମା’ହେବାକୁ ଚାହୁଁ ନାହାଁନ୍ତି ଚୀନ ମହିଳା ? ଜାଣନ୍ତୁ କାରଣ

17,094

କନକ ବ୍ୟୁରୋ : ଚୀନ ଜନସଂଖ୍ୟାର ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୀର୍ଘ ୬୦ ବର୍ଷ ପରେ ଚୀନର ଜନସଂଖ୍ୟା ଗୋଟିଏ ପଟେ କମିବାର ଲାଗିଛି । ସେପଟେ ଚୀନର ମହିଳାମାନେ ଗୋଟିଏ କିମ୍ବା ଜମା ପିଲା ଜନ୍ମ କରିବାକୁ ଚାହୁଁନଥିବା କଥା ସାମ୍ନାକୁ ଆସିଛି । ଚାଇନା ପପୁଲେସନ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ ଡାଟା ମୁତାବକ ଚୀନରେ ଜମା ପିଲା ଜନ୍ମ କରୁନଥିବା ମହିଳାଙ୍କ ହାର ୨୦୧୫ ମସିହାରେ ୬ ପ୍ରତିଶତ ଥିବା ବେଳେ ଏବେ ତାହା ୧୦ ପ୍ରତିଶତରେ ପହଂଚିଛି ।

ଏହି ଡାଟା ବା ତଥ୍ୟ ମୁତାବକ ଚୀନରେ ପିଲା ଜନ୍ମ କରିବା ବୟସରେ ଥିବା ମହିଳାମାନେ ପିଲା ଜନ୍ମ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁନ୍ତି । ୨୦୧୭ ମସିହାରେ ଚାଇନାର ୧.୭୬ ପ୍ରତିଶତ ମହିଳା ପିଲା ଜନ୍ମ କରିବାକୁ ଚାହୁଁଥିବା ବେଳେ ଏବେ ଏହି ପ୍ରତିଶତ କମି ୧.୬୪ ପ୍ରତିଶତରେ ପହଂଚିଛି ।

ସେପଟେ ଜାପାନ, ସିଂଗାପୁର, ଦକ୍ଷିଣକୋରିଆ ଭଳି ଦେଶମାନଙ୍କରେ ପ୍ରଜନନ ହାର ୨ ପ୍ରତିଶତରୁ କମ ରହିଛି । ଏଠାରେ ଅଧିକ ଲୋକଙ୍କ କହିବା କଥା ହେଉଛି କି ସେମାନେ ୨ଟି ପିଲା ଜନ୍ମ କରିବାକୁ ଚାହାଁନ୍ତି ହେଲେ ଚୀନ କଥା ସେମାନଙ୍କ ଠାରୁ ଅଲଗା ।

ଅନ୍ୟପଟେ ଚୀନରେ ବିନା ବାହାଘରରେ ଜନ୍ମ ହେଉଥିବା ପିଲାଙ୍କୁ ସମାନ ଅଧିକାର ଦେବା କ୍ଷେତ୍ରରେ ଅନେକ ଅସୁବିଧା ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ନାହିଁ ।

ଚୀନରେ ମହିଳାମାନେ ପିଲାଜନ୍ମ କରିବାକୁ ଅରାଜି ହେବାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଲାଳନ ପାଳନ କରିବାର ଭୟ । ଅନ୍ୟପଟେ ଚୀନ ସରକାର ୨୦୨୦ ମସିହାର ଜନସଂଖ୍ୟା ଜାରି କରିବା ପରେ ୨୦୨୧ ମେ’ମାସରେ ପ୍ରତି ଦମ୍ପତ୍ତି ୩ ପିଲା ଜନ୍ମ କରନ୍ତୁ ବୋଲି ନୀତି ଆଣିଥିଲେ । ହେଲେ ସେହିବର୍ଷ ଜଣାପଡିଥିଲା କି, ଚୀନର ମହିଳାମାନେ ୨୦୨୧ ମସିହାରେ ମୋଟ ୧କୋଟି ୨୦ ଲକ୍ଷ ପିଲା ଜନ୍ମ କରିଛନ୍ତି ।