ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଖରିଆରରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ।

136

କନକ ବ୍ୟୁରୋ: ଭବାନୀପାଟଣା ପରେ ଖରିଆରରେରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହିତ ସଭା ମଞ୍ଚରୁ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବୋଲି କହିବା ସହିତ ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହିତ ଖରିଆରର ଭାଇ ଓ ଭଉଣୀମାନେ ଏତେ ଖରାରେ ସଭାସ୍ଥଳକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ତା ସହ ବିଏସକେୱାଇ ସ୍କିମ ଭଲ କି ? ମିଶନ ଶକ୍ତି ଯୋଜନା ଭଲ କି ? ମମତା ସ୍କିମ ଭଲ କି ? ଲକ୍ଷ୍ମୀ ବସ୍ ଭଲ କି ?୫ଟି ସ୍କୁଲ ଭଲ କି ? ଚାଷୀର କାଳିଆ ଯୋଜନା ଭଲ କି ? ମଧୁବାବୁ ପେନସନ୍ ଯୋଜନା ଭଲ କି ? ପୁରୀ କାମ ଭଲ କି ? ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶେଷରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରି ନବୀନ କହିଥିଲେ, ଆପଣମାନେ ନବୀନ ପଟ୍ଟନାୟକକୁ ଆର୍ଶୀବାଦ କରନ୍ତୁ । ଶଙ୍ଖ ଚିହ୍ନକୁ ଭୋଟ୍ ଦିଅନ୍ତୁ । ବିଜେଡିର ବିଧାୟକ ପ୍ରାର୍ଥୀଙ୍କୁ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।