ଭାରତରେ ଚୀନର ୧୦ ଲକ୍ଷ ଗୁଇନ୍ଦା ଆଖି ! ପ୍ରତି ଗତିବିଧି ଉପରେ ଡ୍ରାଗନର ନଜର. ସରକାର ଆଲର୍ଟ

618

କନକ ବ୍ୟୁରୋ: ଧରାପଡିଛି ଚୀନର ଚାଲାକି । ସିସିଟିଭି ମାଧ୍ୟମରେ ଭାରତ ଉପରେ ରହିଛି ପାଖାପାଖି ୧୦ ଲକ୍ଷ ଚୀନ ଗୁଇନ୍ଦାଙ୍କ ଆଖି । ଦେଶ ଭିତରେ ହେଉଥିବା ଟିକିନିଖି ସୂଚନା ଡ୍ରାଗନ୍ ରଖୁଥିବା ଜଣାପଡିବା ପରେ ଚେତିଛନ୍ତି ଭାରତ ସିରକର । ଆଲର୍ଟ ହୋଇଛନ୍ତି ଆଇଟି ମନ୍ତ୍ରୀ । ‘ମେଡ୍ ଇନ୍ ଚାଇନା’ ସିସିଟିଭି ମାଧ୍ୟମରେ ଚୀନ୍ ଭାରତ ଉପରେ ନିଜର କଡା ନଜର ରଖିବା ଜଣାପଡିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି ।

ସୂଚନା ମୁତାବକ, ଦେଶରେ ପାଖାପାଖି ୧୦ ଲକ୍ଷ ସିସିଟିଭି କ୍ୟାମେରା ଲଗାଯାଇଛି, ଯାହା ସାଇବର ସୁରକ୍ଷା ଉପରେ ବଡ ବିପଦ । ଶସ୍ତା ହେବା କାରଣରୁ ଭାରତରେ ଚୀନ ପ୍ରସ୍ତୁତ ସିସିଟିଭିର ବିକ୍ରିି ଅଧିକ ସଂଖ୍ୟାରେ ହେଉଛି । କିନ୍ତୁ କେନ୍ଦ୍ରୀୟ ଏଜେନ୍ସି ଗୁଡିକ ଏହି ମାମଲାରେ ଏବେ ସତର୍କ ହେଉଛନ୍ତି । ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ପରି ଦେଶମାନଙ୍କରେ ଦେଖାଯାଉଥିବା ସମ୍ଭାବ୍ୟ ଗୁଇନ୍ଦାଗିରିକୁ ଦେଖିବା ପରେ ଏବେ ନିଜ ଦେଶରେ ଏହି ବିପଦ ଥିବା ନେଇ ସତର୍କ ହୋଇଛନ୍ତି ଭାରତ ସରକାର ।

ଅରୁଣାଚଳ ପ୍ରଦେଶ କଂଗ୍ରେସ ବିଧାୟକ ନିନୋଙ୍ଗ ଇରିଙ୍ଗ ଚିଠି ଲେଖି ଦେଶରେ ଚୀନ ସିସିଟିଭି ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଛନ୍ତି । ଆବଶ୍ୟକତା ଅନୁସାରେ ସିସିଟିଭି ଡାଟାକୁ ସୁରକ୍ଷିତ ରଖିବାକୁ ସରକାର ସ୍ୱଦେଶୀ କ୍ଲାଉଡ୍ ଆଧାରିତ ସର୍ଭର ଆରମ୍ଭ କରିବା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଲକ୍ଷ୍ୟ କଲେ ଆମ ରାଷ୍ଟ୍ର ନିଜର ସୁରକ୍ଷା ପାଇଁ ଏ କ୍ଷେତ୍ରରେ ବିଚାର କରିବା ଜରୁରୀ ହୋଇପଡିଛି ବୋଲି ବିଧାୟକ ଲେଖିଛନ୍ତି ।