ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକଙ୍କୁ ମିଳିଲା ମନ୍ତ୍ରୀପଦ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

126

କନକ ବ୍ୟୁରୋ : ନାଗାଲାଣ୍ଡ ବିଧାନସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ମହିଳା ବିଧାୟକ ସଲହୋତୁଓନୁଓ କ୍ରୁସ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ନାଗାଲାଣ୍ଡର ଏନଡିପିପି ମୁଖ୍ୟ ନେଫ୍ୟୁ ରିଓଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏନଡିଏ ସରକାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ଉିତ୍ସବ ଅନୁଷ୍ଠିତ ହୋଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସାମିଲ ହୋଇଥିଲେ ।

ଆଜି ନାଗାଲାଣ୍ଡ ସରକାରରେ ମନ୍ତ୍ରୀ ଭାବେ ଶପଥ ନେବା ପରେ ସଲହୋତୁଓନୁଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଇଥିଲେ । ସୂଚନା ଥାଉକି ନାଗାଲାଣ୍ଡ ବିଧାନସଭା ଗଠନ ହେବା ପରେ ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ ୨ଜଣ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପଶ୍ଚିମ ଓଙ୍ଗାମୀ ଆସନରୁ ଏନଡିପିପି ପ୍ରାର୍ଥୀ ସଲହୋତୁଓନୁଓ କ୍ରୁସ ଓ ହେକାନୀ ଜାଖଲୁ ଦିମାପୁର ଆସନରୁ ନିର୍ବାଚିତ ହୋଇଛନ୍ତି ।

ସେପଟେ ନେଫ୍ୟୁ ରିଓ ଲଗାତର ୫ମଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟରେ ଆଜି ସର୍ବଦଳୀୟ ସରକାର ଗଠନ କରାଯାଇଛି । ନାଗାଲାଣ୍ଡ ବିଧାନସଭାର କୌଣସି ବିରୋଧୀ ଦଳ ନାହିଁ ।