ହଳଦିଆ ବୋର୍ଡରେ କାହିଁକି ଲେଖା ଯାଇଥାଏ ରେଳ ଷ୍ଟେସନର ନାମ ? ଜାଣନ୍ତୁ କ’ଣ ରହିଛି ଯୁକ୍ତି

385

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତୀୟ ରେଳ ନେଟୱର୍କ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଦୈନିକ କୋଟି କୋଟି ଲୋକ ରେଳରେ ଯାତ୍ରା କରି ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚିଥାନ୍ତି । ଦେଶରେ ମୋଟ ୭୩୪୯ ଟି ରେଳ ଷ୍ଟେସନ ରହିଛି । ଯଦି ଆପଣ କେବେ ରେଳରେ ଯାତ୍ରା କରିଥାନ୍ତି ତେବେ ଆପଣ ନିଶ୍ଚିନ୍ତ ଦେଖିଥିବେ ଯେ ପ୍ରତିଟି ରେଳ ଷ୍ଟେସନରେ ଲେଖାଯାଇଥିବା ଷ୍ଟେସନର ନାମ ହଳଦିଆ ବୋର୍ଡରେ ହିଁ ଲେଖାଯାଇଥାଏ । ହେଲେ ଆପଣ କେବେ ଭାବିଛନ୍ତି କି, କାହିଁକି କେବଳ ହଳଦିଆ ସାଇନ ବୋର୍ଡରେ ରେଳ ଷ୍ଟେସନର ନାମ ଲେଖାଯାଏ ? ଆସନ୍ତୁ ଜାଣିବା ଏଭଳି କରିବା ପଛରେ କ’ଣ ରହିଛି ଯୁକ୍ତି ।

ଆପଣଙ୍କୁ କହିରଖୁ କି ହଳଦିଆ ରଙ୍ଗ ମୁଖ୍ୟତଃ ସୂର୍ଯ୍ୟଙ୍କ ଚମକଦାର ରୋସଣୀ ଉପରେ ଆଧାରିତ । ଅନ୍ୟପଟେ ହଳଦିଆ ରଙ୍ଗକୁ ଖୁସି, ବିକାଶ ଓ ଶକ୍ତି ସହିତ ଜୋଡା ଯାଇଥାଏ । ଭିଡ ସ୍ଥାନରେ ଅନ୍ୟ ରଙ୍ଗ ଠାରୁ ହଳଦିଆ ରଙ୍ଗର ବୋର୍ଡ ବା ସଚେତନତା ବାର୍ତ୍ତା ବେସ୍ ଦୃଷ୍ଟି ଆକର୍ଶଣ କରିଥାଏ । ଏହାସହ ହଳିଦିଆ ରଙ୍ଗର ସାଇନ ବୋର୍ଡ ଉପରେ କଳା ରଙ୍ଗର ଲେଖା ସ୍ପଷ୍ଟ ଦୃଷ୍ଟିଗୋଚର ହୋଇଥାଏ ।

ଏହା ବ୍ୟତୀତ ହଳଦିଆ ରଙ୍ଗର ଏତେ ଚମକ ଥାଏ କି ରେଳ ଚାଳକଙ୍କୁ ବହୂ ଦୂରରୁ ଏହା ଦୃଷ୍ଟିଗୋଚର ହୋଇଥାଏ । ଏହି ରଙ୍ଗ ରେଳ ଚାଳକଙ୍କୁ ରେଳର ଗତି ରୋକିବା ପାଇଁ ସୂଚନା ଦେଇଥାଏ । ଏହାସହ ଯେଉଁ ଷ୍ଟେସନରେ ରେଳ ଅଟକି ନଥାଏ ସେଠାରେ ବି ହଳଦିଆ ରଙ୍ଗର ସାଇନ ବୋର୍ଡ ଦେଖି ଚାଳକ ଷ୍ଟେସନରେ ପ୍ରବେଶ କରିବା ଠାରୁ ବାହାରିବା ପର୍ଯ୍ୟନ୍ତ ସର୍ତକତାର ସହ ହର୍ଣ୍ଣ ବଜାଇ ଅତିକ୍ରମ କରିଥାଏ ।