ସେୟାର ମାର୍କେଟରେ ଜମାଟୋର ଦୟନୀୟ ସ୍ଥିତି, ଅଧା ହୋଇଗଲା ନିବେଶକଙ୍କ ଟଙ୍କା

154

କନକ ବ୍ୟୁରୋ : ସେୟାର ବଜାର ଏବେ କିଛିଦିନ ହେବ ତଳମୂହାଁ ହୋଇଛି । ଏହି କ୍ରମରେ କିଛି କମ୍ପାନୀର ସେୟାର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଛି ଓ ନିବେଶକମାନେ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି । ଦେଶରେ ଅଗ୍ରଣୀ ଖାଦ୍ୟ ଡେଲିଭରି କମ୍ପାନୀ କିନ୍ତୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପେଟିଏମ ଭଳି ଜମାଟୋ ନିବେଶକଙ୍କ ଟଙ୍କା ଅଧା ହୋଇଯାଇଛି । ମଙ୍ଗଳବାର ଦିନ ଜମାଟୋର ସେୟାର କିଛିମାତ୍ରାରେ ତଳକୁ ଖସିଥିବା ବେଳେ ଆଜି ଜମାଟୋ ଷ୍ଟକ ଆଶାତୀତ ଭାବେ ତଳକୁ ଖସିଛି ।

ଗୁରୁବାର ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଜମାଟୋ ସେୟାର ୯.୯୫ ପ୍ରତିଶତ ଖସିବା ସହ କମ୍ପାନୀ ସେୟାର ମୂଲ୍ୟ ୯୦.୫୦ ଟଙ୍କାରେ ବନ୍ଦ ହୋଇଛି । ଅର୍ଥାତ ପୂର୍ବାବସ୍ଥା ଠାରୁ ଏବେ ୫୦ ପ୍ରତିଶତ ତଳକୁ ଖସିଛି ଜମାଟୋର ସେୟାର । ଗୋଟିଏ ସମୟରେ କମ୍ପାନୀର ଏମକ୍ୟାପ ୧ ଲକ୍ଷ କୋଟି ଟଙ୍କାରେ ପହଂଚି ଯାଇଥିଲା ,ଯାହାକି ଏବେ ମାତ୍ର ୭୧,୧୯୬ କୋଟି ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଛି ।

କମ୍ପାନୀର ସେୟାର ଖସିବା ପରେ ଦୁଖ ପରିବର୍ତ୍ତେ ଖୁସି ଜାହିର କରିଛନ୍ତି ମାଲିକ । ସେ କହିଛନ୍ତି କି ସେ ଏହି ସମୟର ଅପେକ୍ଷାରେ ଥିଲେ । ଏହାର ଯୁକ୍ତିଭାବେ ଜମାଟୋର ମାଲିକ କହିଛନ୍ତି କି ଯେତେବେଳେ ସେୟାର ବଜାର ତଳକୁ ଖସେ ସେତେବେଳେ ସବୁ ସ୍ଥାନରେ ଷ୍ଟକ ସମାପ୍ତ ହୋଇଯାଇଥାଏ । ଏହି ସମୟରେ କେବଳ ସେହି କମ୍ପାନୀ ତିଷ୍ଟି ପାରେ ଯାହା ପାଖରେ ଭଲ କର୍ମଚାରୀ ଥାନ୍ତି ଓ ଲଗାତର କମ୍ପାନୀକୁ ଆଗକୁ ନେବାକୁ ଚେଷ୍ଟା କରିଥାନ୍ତି ।