ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ଆତଙ୍କବାଦୀ ଆକ୍ରମଣ । ଅନନ୍ତନାଗରେ ପର୍ଯ୍ୟଟକଙ୍କୁ ଗୁଳିମାରି ହତ୍ୟା । ସୋପିଆନରେ ବିଜେପି ନେତାଙ୍କୁ ହତ୍ୟା ।

155

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ନିର୍ବାଚନ ପୂର୍ବରୁ ଦୁଇ ଦୁଇଥର ଆତଙ୍କବାଦୀ ଆକ୍ରମଣ ହୋଇଛି । ଅନନ୍ତନାଗ ଓ ସୋପିଆନରେ ଗୁଳିକରି ପର୍ଯ୍ୟଟକ ଦମ୍ପତ୍ତି ଓ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଆସିଥିବା ଟୁରିଷ୍ଟ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ସୋପିଆଁ ହିରାପୋରା ଇଲାକାରେ ଆତଙ୍କବାଦୀମାନେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଏଜାଜ ଅହମଦଙ୍କ ଉପରେ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।